ଓଡିଶା

odisha

ETV Bharat / sports

ଟପ ଅର୍ଡରରେ ଖେଳନ୍ତୁ ଧୋନି: ଗମ୍ଭୀର - ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର

ଆଇପିଏଲରୁ ରାଇନା ବାହାରିଯିବା ପରେ ଧୋନିଙ୍କୁ ତିନି ନମ୍ବରରେ ଖେଳିବା ଉଚିତ ବୋଲି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର । ଅଧିକ ପଢ଼ନ୍ତୁ...

Dhoni should bat up the order,  CSK batting order, Gambhir on dhoni, ଟପ ଅର୍ଡରରେ ଖେଳନ୍ତୁ ଧୋନି, ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର, ଇଣ୍ଡିଆନ୍ ପ୍ରିମିୟର ଲିଗ୍
ଟପ ଅର୍ଡରରେ ଖେଳନ୍ତୁ ଧୋନି: ଗମ୍ଭୀର

By

Published : Sep 1, 2020, 2:42 PM IST

ମୁମ୍ବାଇ: ୟୁଏଇରେ ଖେଳାଯିବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣରେ ଏମଏସ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଟପ ଅର୍ଡରରେ ବ୍ୟାଟିଂ କରିବା ଉଚିତ ବୋଲି ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର କହିଛନ୍ତି।

ଏକ କ୍ରିକେଟ ଟକ ସୋରେ କଥାବାର୍ତ୍ତାବେଳେ ଗମ୍ଭୀର କହିଛନ୍ତି ଯେ, ‘‘ଏମଏସ ଧୋନିଙ୍କୁ ନମ୍ବର 3ରେ ବ୍ୟାଟିଂ କରିବା ପାଇଁ ଏହା ଏକ ଭଲ ସୁଯୋଗ ହେବ ଏବଂ ସେ ଗତ ଏକ ବର୍ଷ ଧରି ଖେଳରୁ ଦୂରେଇ ରହିଛନ୍ତି, ତେଣୁ ସେ ଟପ ଅର୍ଡରରେ ବ୍ୟାଟିଂ କଲେ ସାମ୍ନା କରିବାକୁ ବହୁତ ଅଧିକ ବଲ୍ ପାଇବେ ଏବଂ ତା’ପରେ ସେ ପ୍ରକୃତରେ ଆଙ୍କର ଇନିଂସ ଖେଳିପାରିବେ ଯାହା ସେ ଗତ କିଛି ବର୍ଷ ଧରି ଭାରତ ପାଇଁ କରିଆସୁଛନ୍ତି ।

‘‘ତେଣୁ, ନମ୍ବର 3 ରେ ଏମଏସ ଧୋନି ଏବଂ ତା’ପରେ ସେମାନେ କେଦାର ଯାଦବ, ଡ୍ବାଏନ ବ୍ରାଭୋ, ସାମ କୁରାନଙ୍କ ପରି ଖେଳାଳି ବ୍ୟାଟିଂ ପାଇଁ ଆସିପାରିବେ। ତେଣୁ, ମୁଁ ଭାବୁଛି ଏମଏସ ଧୋନିଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ହେବ। ଏବଂ ମୁଁ ସୁନିଶ୍ଚିତ ଯେ ସେ ଏହାକୁ ଉପଭୋଗ କରିବାକୁ ଯାଉଛନ୍ତି। ଏଥିସହ ସୁରେଶ ରାଇନା ସେଠାରେ ନାହାଁନ୍ତି, ଆପଣ 3 ନମ୍ବର ସ୍ଥାନରେ ଜଣେ ଅଭିଜ୍ଞ ଖେଳାଳିଙ୍କୁ ବ୍ୟାଟିଂ କରାଇବାକୁ ଚାହୁଁଛନ୍ତି, ତେଣୁ ଏହା ବର୍ତ୍ତମାନ ଏମଏସ ଧୋନି ହିଁ ହୋଇପାରିବେ ବୋଲି ଗମ୍ଭୀର କହିଛନ୍ତି।’’

ସୂଚନାଯୋଗ୍ୟ ଯେ ଆଇପିଏଲ ସେପ୍ଟେମ୍ବର 19ରୁ ଆରମ୍ଭ ହେବ । ଏହାସହ ଚେନ୍ନାଇ ଟିମର କିଛି ସଦସ୍ୟ କୋରୋନାରେ ସଂକ୍ରମିତ ହେବା ପରେ ମ୍ୟାଚ ଖେଳିବା ନେଇ ଆଶା ଆଶଙ୍କା ଲାଗି ରହିଛି ।

ଭାରତର ପୂର୍ବତନ ଅଧିନାୟକ ଧୋନି ଅଗଷ୍ଟ 15ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ, କିନ୍ତୁ ଏଥର ଆଇପିଏଲରେ ସିଏସକେର ନେତୃତ୍ବ ନେବେ।

ABOUT THE AUTHOR

...view details