ହାଇଦ୍ରାବାଦ: 'କ୍ରିକେଟ' ଆଉ 'ଅବସର', ଜଣେ କ୍ରିକେଟର ଜୀବନର ଦୁଇଟି ଭିନ୍ନ ସ୍ଥିତି । ତେବେ ଉଭୟ ସ୍ଥିତିରେ କ୍ରିକେଟର ଜଣଙ୍କ କେବେ ନା କେବେ ବିବାଦ ଘେରକୁ ଟାଣି ହୋଇଯାଏ । ଆଉ ଭାରତୀୟ କ୍ରିକେଟରେ ତ ଏହା ଚିରାଚରିତ । ଭାରତୀୟ କ୍ରିକେଟରଙ୍କ ଅବସରକୁ ନେଇ ସବୁବେଳେ ଲାଗି ରହିଥାଏ ତର୍କବିତର୍କ । ଆଉ ଏବେ କ୍ରିକେଟ ଜଗତରେ ଦିଗଜ୍ ଭାରତୀୟ କ୍ରିକେଟର ତଥା ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଲାଗିରହିଛି ।
- ମାତ୍ର ଧୋନିଙ୍କ ଅବସର ସମୟ, କେବଳ ଧୋନିଙ୍କୁ ହିଁ ଜଣା ।
ଏହି 38 ବର୍ଷିୟ କ୍ରିକେଟର ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ ଓ ଚଳିତ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତରୁ ନିଜକୁ ଦୂରରେ ରଖିଥିଲେ । ଆଉ ଆଗାମୀ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ମଧ୍ୟ ଧୋନି ନିଜକୁ ପୁଣିଥରେ ଅନୁପସ୍ଥିତ ରଖିଛନ୍ତି । ଏହି ଖବର ପ୍ରକାଶ ପରେ ପୁଣିଥରେ ଧୋନିଙ୍କ ଅବସର ବିଷୟ ସରଗରମ ହୋଇଛି । କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଏପର୍ଯ୍ୟନ୍ତ ଧୋନିଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ । ସେହିପରି ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ବିଜୟ ହଜାରେ ଟ୍ରଫି ଦିନିକିଆ ଚମ୍ପିଆନସିପରେ ମଧ୍ୟ ଧୋନି ଝାଡଖଣ୍ଡ ପକ୍ଷରୁ ଖେଳିବେ ନାହିଁ ବୋଲି ସୂଚନା ମିଳିଛି ।
ତେବେ ଏହି କିଛି ରୋଚକ ଖବରରୁ ଦେଖିଲେ ଆମେ ଏହା କହିପାରିବା ଯେ, ଧୋନି ନିଜ ଅବସର ପାଇଁ ସଠିକ୍ ସମୟ ଖୋଜୁଛନ୍ତି । ସେ ଅନ୍ୟ ଭାରତୀୟ ଦିଜଗ୍ କ୍ରିକେଟରଙ୍କ ପରି ବିଫଳ ଅବସସର ନେବକୁ ଚାହୁଁ ନାହାନ୍ତି । ସଠିକ୍ ସମୟରେ ସେ ନିଜର ବିଦାୟକାଳୀନ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ ଦେଇ ବିଦାୟ ନେବାକୁ ଚାହୁଛନ୍ତି । ଯେପରି ନିଜର କ୍ୟାପ୍ଟେନସିପ ସମୟରେ ତାଙ୍କ କୁଲନେସ ଅନ୍ଦାଜ ପାଇଁ ପରିଚିତ ଥିଲେ । ଏବେ ବି ସେ ସେମିତ କୁଲ ହୋଇ ଜୀବନ କାଟୁଛନ୍ତି । ନା ସେବେ ସେ ମ୍ୟାଚର ଘଡିସନ୍ଧି ମୁହୂର୍ତ୍ତରେ ହଡବଡ ହୋଇଯାଉଥିଲେ ନା ଏବେ ହେଉଛନ୍ତି । ମ୍ୟାଚର ଅନ୍ତିମ ମୁହୁର୍ତ୍ତରେ ସଠିକ୍ ଡିସିସନ ନେଉଥିବା କ୍ୟାପ୍ଟେନ କୁଲ ନିଜ ଅବସର ପାଇଁ ବି ସଠିକ୍ ଡିସିସନ ନେବେ ବୋଲି ପ୍ୟାନ୍ସ ଆଶା ବାନ୍ଧିଛନ୍ତି ।