ହାଇଦ୍ରାବାଦ: ଅବସର ନୂହେଁ ନୂଆ ରୂପରେ ଆସିପାରନ୍ତି ଧୋନି । ଦଳରେ ରହିବେ, ମାତ୍ର ଚୂଡାନ୍ତ ଏକାଦଶରେ ସାମିଲ ହେବେ ନାହିଁ । ବିଶ୍ବକପ ପରେ ଧୋନିଙ୍କ ଅବସର ନେଇ ଏପରି କିଛି ଖବର ରହିଛି । ବିସିସିଆଇ ସୁତ୍ରରୁ ଏହି ଖବର ପ୍ରକାଶ ପାଇଛି ।
ୱିକେଟ କିପର ପାଇଁ ପ୍ରଥମ ପସନ୍ଦ ନୁହଁନ୍ତି ଧୋନି - team india
ଦଳରେ ରହିବେ, ମାତ୍ର ଚୂଡାନ୍ତ ଏକାଦଶରେ ସାମିଲ ହେବେ ନାହିଁ । ବିଶ୍ବକପ ପରେ ଧୋନିଙ୍କ ଅବସର ନେଇ ଏପରି କିଛି ଖବର ରହିଛି । ବିସିସିଆଇ ସୁତ୍ରରୁ ଏହି ଖବର ପ୍ରକାଶ ପାଇଛି ।
ତେବେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଆଗାମୀ ୱେଷ୍ଟଇଣ୍ଡଜ୍ ଗସ୍ତରୁ ଧୋନି ଓହରି ଯାଇଛନ୍ତି । ଏହି 38 ବର୍ଷିୟ ପୂର୍ବତନ ଭାରତୀୟ ଅଧିନାୟକ ଆଗାମୀ ୱେଷ୍ଟଇଣ୍ଡଜ ସିରିଜ ଖେଳିବେନି । ତାଙ୍କ ସ୍ଥାନରେ ଯୁବ ୱିକେଟ କିପର ଋଷଭ ପନ୍ତ ଦଳର ପ୍ରଥମ ପସନ୍ଦ । ତେବେ ଧୋନି ଏବେ ଭାରତୀୟ ଦଳର ଟ୍ରାଞ୍ଜିସନ ଫେଜ୍ରେ ରହିବେ । ଯେଉଁଥିରେ ଜଣେ ନୂଆ ଖେଳାଳି ଧୋନୀଙ୍କ ସ୍ଥାନ ନେବେ । ଧୋନି ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିବେ ନାହିଁ ।
ତେବେ ଅଧିକାରୀ ଜଣଙ୍କ ଅହୁରି କହିଛନ୍ତି, ଧୋନି ଭାରତୀୟ ଦଳ ପାଇଁ ଆଉ ପ୍ରଥମ ପସନ୍ଦ ନୁହେଁ । ମାତ୍ର ସେ ଦଳର ମାର୍ଗ ଦର୍ଶକ ଭାବେ ଦଳରେ ରହିବେ । କାରଣ ଭାରତୀୟ ଦଳକୁ ଏବେ ଜଣେ ମାର୍ଗ ଦର୍ଶକଙ୍କ ଆବଶ୍ୟକ ରହିଛି ।