ହାଇଦ୍ରାବାଦ: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଋଷଭ ପନ୍ତଙ୍କ ବଡ ବୟାନ । ଧୋନିଙ୍କୁ ଶ୍ରେଷ୍ଠ ପସନ୍ଦର ବ୍ୟାଟିଂ ପାର୍ଟନର କହିଛନ୍ତି ପନ୍ତ । ପଡିଆ ଭିତରେ ଓ ବାହାରେ ଧୋନିଙ୍କ ଠାରୁ ଅନେକ କିଛି ଶିଖିବାକୁ ମିଳିଛି । ଧୋନିଙ୍କ ନେତୃତ୍ବରେ ସେ ଅନେକ ଦିଗ ପ୍ରତି ଯତ୍ନବାନ ହୋଇଛନ୍ତି । ଏକା ଇନଷ୍ଟାଗ୍ରାମ ଲାଇଭ ସେସନରେ ଏହା କରିଛନ୍ତି ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ।
ଋଷଭ ପନ୍ତଙ୍କ ପସନ୍ଦର ବ୍ୟାଟିଂ ପାର୍ଟନର ଧୋନି - Rishabh pant favorite bating partner
ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଋଷଭ ପନ୍ତଙ୍କ ବଡ ବୟାନ । ଧୋନିଙ୍କୁ ଶ୍ରେଷ୍ଠ ପସନ୍ଦର ବ୍ୟାଟିଂ ପାର୍ଟନର କହିଛନ୍ତି ପନ୍ତ ।

ଧୋନିଙ୍କ ପରେ ପନ୍ତଙ୍କୁ ଭାରତୀୟ ୱିକେଟକିପର ଦାୟିତ୍ବ ମିଳିଥିଲା । ତେବେ ଲୋକେଶ ରାହୁଲ ୱିକେଟ କିପର ସହ ବ୍ୟାଟିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ଫଳରେ ପନ୍ତଙ୍କୁ କିଛି ମ୍ୟାଚରେ ମଧ୍ୟ ଚୁଡାନ୍ତ ଏକାଦଶରେ ବାଦ ଦିଆଯାଇଥିଲା ।
2019 ବିଶ୍ବକପ ସେମିଫାଇନାଲରେ ଭାରତ ପରାଜୟ ସହ ବିଶ୍ବକପରୁ ବିଦାୟ ନେଇଥିଲା । ଏହି ମ୍ୟାଚରେ ଶେଷଥର ପାଇଁ ନଜର ଆସିଥିଲେ ଧୋନି । ଆଇପିଏଲରେ ପୁଣିଙ୍କ ଫ୍ୟାନ୍ସ ଦେଖିବାକୁ ବ୍ୟଗ୍ର ଥିଲେ । ଏମିତିକି ଧୋନିଙ୍କ ଆଇପିଏଲ ଫର୍ମ ତାଙ୍କୁ ଭାରତୀୟ ଟି-20 ବିଶ୍ବକପ ଟିମରେ ସ୍ଥାନ ମିଳିବା ସମ୍ଭାବନାକୁ ନେଇ ଚର୍ଚ୍ଚା ହୋଇଥିଲା । ମାତ୍ର କୋରୋନା ଭାଇରସ ଯୋଗୁଁ ଆଇପିଏଲ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ ଘୋଷଣା ହୋଇଛି । ଅବସର ଚର୍ଚ୍ଚା ହେଉଥିଲେ ମଧ୍ୟ ଧୋନି ଏନେଇ ମୁହଁ ଖୋଲି ନାହାନ୍ତିଁ ।