ଓଡିଶା

odisha

ETV Bharat / sports

ଧୋନି ବାଛିସାରିଛନ୍ତି ସିଏସକେର ପରବର୍ତ୍ତୀ ଅଧିନାୟକ: ବ୍ରାଭୋ - ଧୋନି ବାଛିଛନ୍ତି ସିଏସକେର ଅଧିନାୟକ

ଧୋନି ଗତ କିଛି ସମୟ ଧରି ଟିମରେ ପରିବର୍ତ୍ତନ କଥା ଚିନ୍ତା କରୁଛନ୍ତି । ଏହାସହ ପରବର୍ତ୍ତୀ ସିଏସକେ ଅଧିନାୟକ କିଏ ହେବ ସେ ବିଷୟରେ ମଧ୍ୟ ସେ ନିଶ୍ଚିତ କରିଥିବା କହିଛନ୍ତି ସିଏସକେ ଅଲ ରାଉଣ୍ଡର ଡ୍ବାଏନ ବ୍ରାଭୋ । ଅଧିକ ପଢ଼ନ୍ତୁ...

Dhoni thinking about transition in csk, chennai super kings, Dwayne Bravo, next csk captain, ସିଏସକେର ପରବର୍ତ୍ତୀ ଅଧିନାୟକ, ଧୋନି ବାଛିଛନ୍ତି ସିଏସକେର ଅଧିନାୟକ, ଡ୍ବାଏନ ବ୍ରାଭୋ
ଧୋନି ବାଛି ସାରିଛନ୍ତି ସିଏସକେର ପରବର୍ତ୍ତୀ ଅଧିନାୟକ: ବ୍ରାଭୋ

By

Published : Sep 7, 2020, 10:51 AM IST

ଦୁବାଇ: ଯେମିତି ବିରାଟ କୋହଲିଙ୍କୁ ଧୋନି ଭାରତର ପରବର୍ତ୍ତୀ ଅଧିନାୟକ ଭାବେ ପ୍ରସ୍ତୁତ କରିଥିଲେ ସେହିପରି ସେ ତାଙ୍କ ଆଇପିଏଲସ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ମଧ୍ୟ ତାଙ୍କ ଉତ୍ତରାଧିକାରୀକୁ ପ୍ରସ୍ତୁତ କରିବାକୁ ଚାହାନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଗତ କିଛି ବର୍ଷ ହେବ ଖେଳୁଥିବା ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବାଏନ ବ୍ରାଭୋ କହିଛନ୍ତି ଯେ ଧୋନିଙ୍କ ପରେ ସିଏସକେ ଟିମରେ କିଏ ଅଧିନାୟକତ୍ବ କରିବ ଧୋନି ତାହା ବାଛି ସାରିଛନ୍ତି ।

ଆଇପିଏଲର 10ଟି ସିଜନ ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗ୍ସ ଭାଗ ନେଇଛି ସେ ସମସ୍ତ ସିଜନରେ ଧୋନି ଟିମର ନେତୃତ୍ବ ନେଇଛନ୍ତି । ଧୋନିଙ୍କ ଅଧିନାୟକତ୍ବରେ ସିଏସକେ ତିନିଥର ଆଇପିଏଲ ଟାଇଟଲ ହାତେଇଛି, ଏବଂ ଲିଗର ସଫଳତମ ଟିମ ମଧ୍ୟରୁ ଗୋଟିଏ ହୋଇଛି । ଗତ ସଂସ୍କରଣରେ ମଧ୍ୟ ସିଏସକେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରି ରନର ଅପ ହୋଇଥିଲା । ନିଜ ଅଧିନାୟକଙ୍କୁ ଅତି ନିକଟରୁ ଜାଣିଥିବା, ଦେଖିଥିବା ବ୍ରାଭୋ କହିଛନ୍ତି ଧୋନି ଗତ କିଛି ସମୟ ଧରି ଟିମରେ ପରିବର୍ତ୍ତନ କଥା ଚିନ୍ତା କରୁଛନ୍ତି ।

‘‘ମୁଁ ଜାଣେ କିଛି ସମୟ ଧରି ଏହା ତାଙ୍କ ମନରେ ରହିଛି, ଅର୍ଥାତ ଆମ ସମସ୍ତଙ୍କୁ ଦିନେ ଓହରିବାକୁ ପଡ଼ିବ । ଏହା କେବଳ କେବେ ଛାଡିବା ଓ କାହାକୁ ଦାୟିତ୍ବ ଦେବାର କଥା, ସେ ରାଇନା ହୁଅନ୍ତୁ କିମ୍ବା ଆଉ କୌଣସି ଯୁବ ଖେଳାଳି,’’ ବୋଲି ବ୍ରାଭୋ ଏକ ସାକ୍ଷାତକାରରେ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଚଳିତ ଆଇପିଏଲରୁ ବ୍ୟକ୍ତିଗତ କାରଣରୁ ଓହରି ଯାଇଥିବା ରାଇନା ଅଧିକାରିକ ଭାବେ ଟିମର ଉପ-ଅଧିନାୟକ ରହିଛନ୍ତି । ତେବେ ଚଳିତ ସଂସ୍କରଣରେ ବର୍ତ୍ତମାନ ସୁଦ୍ଧା ରାଇନାଙ୍କର ବିକଳ୍ପ କିମ୍ବା ଉପ-ଅଧିନାୟକ ଚୟନ କରି ନାହିଁ ସିଏସକେ।

ବ୍ରାଭୋ କହିଛନ୍ତି ଯେ ଅନ୍ତର୍ଜାତୀୟ କ୍ରିକେଟରୁ ଧୋନିଙ୍କ ଅବସର ପରେ ବି CSKରେ ତାଙ୍କ ଅଧିନାୟକତ୍ବରେ କୌଣସି ପରିବର୍ତ୍ତନ ହେବ ନାହିଁ । ‘‘ତାଙ୍କୁ ବର୍ତ୍ତମାନ କୋଟି କୋଟି ଲୋକଙ୍କ ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ, ଏହା କେବଳ ସିଏସକେ ଫ୍ରାଞ୍ଚାଇଜ କିନ୍ତୁ ମୁଁ ଭାବୁନାହିଁ ଯେ ତାହା ଧୋନିଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ କରିବ, ସେ ଦଳର ନେତୃତ୍ବ ଯେଉଁଭଳି ନିଅନ୍ତି ସେଥିରେ ମଧ୍ୟ ପରିବର୍ତ୍ତନ କରିବେ ନାହିଁ, ନିଶ୍ଚିତ ଭାବରେ ସେ ସମାନ ବ୍ୟକ୍ତି ହିଁ ରହିବେ,’’ ବୋଲି ବ୍ରାଭୋ କହିଛନ୍ତି । ସିଏସକେର ଦ୍ବିତୀୟ ସର୍ବାଧିକ ୱିକେଟ ନେଇଥିବା ବ୍ରାଭୋ କହିଛନ୍ତି ଯେ ଖେଳାଳି, ପରିଚାଳନା, ମାଲିକ ଏବଂ ଧୋନି ଆଇପିଏଲରେ ସିଏସକେ ଏକ ସଫଳ ଦଳ ହେବାର କାରଣ।

“ଆମ ଦଳ ଖୁବ ପ୍ରତିଭାଶାଳୀ, ଅଭିଜ୍ଞତାରେ ପରିପୂର୍ଣ୍ଣ ଏବଂ ଆମର ମ୍ୟାନେଜମେଣ୍ଟ ଷ୍ଟାଫ୍ ମଧ୍ୟ ଅଛନ୍ତି, ଯାହା ଅତ୍ୟନ୍ତ ଆରାମଦାୟକ ଏବଂ ସନ୍ତୁଳିତ ଏବଂ ମାଲିକମାନେ ମଧ୍ୟ… ଏହି ସବୁ ଜିନିଷ ଏକାଠି ହୋଇ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ (ସିଏସକେକୁ ଏକ ସଫଳ ଫ୍ରାଞ୍ଚାଇଜ କରିବାରେ) । ମାଲିକ କିମ୍ବା ପରିଚାଳନା ଆମ ଉପରେ କୌଣସି ବାହ୍ୟ ଚାପ ପକାନ୍ତି ନାହିଁ । ଅଧିନାୟକ ଭାବରେ ଏମଏସଙ୍କ ସହ ଆମେ ଚାପର ଅନୁଭବ କରୁନାହୁଁ, ’’ ବୋଲି ନିକଟରେ 500ଟି ଟି-20 ୱିକେଟ ହାସଲ କରିଥିବା ପ୍ରଥମ କ୍ରିକେଟର ବ୍ରାଭୋ କହିଛନ୍ତି।

ABOUT THE AUTHOR

...view details