ନୂଆଦିଲ୍ଲୀ: ଭାରତ ତଥା ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଶୁକ୍ରବାର ରବିଚନ୍ଦ୍ରନ ଅଶ୍ବିନଙ୍କ ପ୍ରଶଂସା କରିଛନ୍ତି । ପାୱାର ପ୍ଲେ ଓଭର ମାନଙ୍କରେ ଅଶ୍ବିନ ବେଶ ଭଲ ବୋଲିଂ କରନ୍ତି ବୋଲି କହିଛନ୍ତି ରାଇନା ।
ରାଇନା କହିଛନ୍ତି ଯେ, ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଅଶ୍ବିନଙ୍କ ଉପରେ ବେଶ୍ ଭରସା କରନ୍ତି କାରଣ ପ୍ରାରମ୍ଭିକ ଓଭରରେ ଏହି ସ୍ପିନରଙ୍କର ୱିକେଟ ନେବାର କ୍ଷମତା ରହିଛି ।
ଅଶ୍ବିନଙ୍କ ୱିକେଟ ନେବା କ୍ଷମତା ଉପରେ ଧୋନି କରନ୍ତି ଭରସା: ରାଇନା ଅଶ୍ବିନ ଓ ରାଇନାଙ୍କ ମଧ୍ୟରେ ଏକ ଇନଷ୍ଟାଗ୍ରାମ ଲାଇଭ ଚାଟ ବେଳେ ଅଶ୍ବିନଙ୍କୁ ପ୍ରଶଂସା କରିଥିଲେ ରାଇନା ।
‘‘ଯଦି ଆପଣ ନିଜର ପାୱାର ପ୍ଲେ ବୋଲିଂ ଆଭରେଜ ଦେଖିବେ, ଏହା ସବୁବେଳେ 6 ତଳେ ରହିଥାଏ । ଆପଣ ସବୁବେଳେ ଆମକୁ ୱିକେଟ ଦେବାରେ ସାହାଯ୍ୟ କରନ୍ତି, ତେଣୁ ଏମଏସ ଆପଣଙ୍କ ଉପରେ ଭରସା କରନ୍ତି । ଆପଣ ଯେତେବେଳେ ପୁଣେ ଓ ପଞ୍ଜାବ ପାଇଁ ଖେଳୁଥିଲେ ମୁଁ ସବୁବେଳେ ମୋ ଟିମକୁ ଆପଣଙ୍କ ଠାରୁ ସାବଧାନ ରହିବା ପାଇଁ କହୁଥିଲି । କାରଣ ଆପଣଙ୍କ ବୋଲିଂ କ୍ଷମତା ସବୁବେଳେ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇ ଦିଏ,’’ ବୋଲି ରାଇନା ଅଶ୍ବିନଙ୍କୁ କହିଥିଲେ ।
ଅଶ୍ବିନଙ୍କ ୱିକେଟ ନେବା କ୍ଷମତା ଉପରେ ଧୋନି କରନ୍ତି ଭରସା: ରାଇନା ରାଇନା ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ 193 ମ୍ୟାଚ ଖେଳିଛନ୍ତି ଓ 5 ହଜାର 368 ରନ ସ୍କୋର କରିଛନ୍ତି ।
ଅପରପକ୍ଷେ ଅଶ୍ବିନ ସିଏସକେ ପାଇଁ ଖେଳିଛନ୍ତି 97ଟି ମ୍ୟାଚ ଓ ହାତେଇଛନ୍ତି 90ଟି ୱିକେଟ । 2011ରେ ସେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରି ହାତେଇଥିଲେ 20ଟି ୱିକେଟ ।
ଚେନ୍ନାଇ ସୁପର କିଙ୍ଗ୍ସ ତିନିଥର ( 2010, 2011 ଓ 2018) ଧୋନିଙ୍କ ନେତୃତ୍ବରେ ଆଇପିଏଲ ବିଜେତା ହୋଇଛି ।