ଓଡିଶା

odisha

By

Published : Apr 10, 2019, 6:32 PM IST

ETV Bharat / sports

ଏୟାରପୋର୍ଟ ଚଟାଣରେ ଶୋଇଲେ ଧୋନି-ସାକ୍ଷୀ, ଫଟୋ ଭାଇରାଲ

ଫଟୋରେ ମିଷ୍ଟର କୁଲଙ୍କୁ ସାଥ୍‌ ଦେଇଛନ୍ତି ତାଙ୍କ ଧର୍ମପତ୍ନୀ । ଚେନ୍ନାଇ ଏୟାରପୋର୍ଟରେ ଧୋନି ଓ ସାକ୍ଷୀ ଚଟାଣରେ ଶୋଇଛନ୍ତି। ଉଭୟ ଧୋନିଙ୍କ ବ୍ୟାଗ୍‌କୁ ତକିଆ କରି ଦୁଇପଟେ ମୁଣ୍ଡ ଦେଇ ଶୋଇଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@mahi7781

ଚେନ୍ନାଇ: ନିଜ ଶାନ୍ତ ଓ ସରଳ ସ୍ବଭାବ ପାଇଁ ମହେନ୍ଦ୍ର ସିଂହ ଧୋନି ବିଶ୍ବରେ ପରିଚିତ। ଅନେକ ସମୟରେ ତାଙ୍କ ସରଳ ସ୍ବଭାବର ପରିଚୟ ତାଙ୍କର ବିଭିନ୍ନ ଭାଇରାଲ ଫଟୋରେ ଦେଖାଯାଇଥାଏ। ତେବେ ସୋସିଆଲ ମିଡିଆରେ ବୁଧବାର ଏକ ଫଟୋ ଭାଇରାଲ ହୋଇଛି।

ତେବେ ଏହି ଫଟୋରେ ମିଷ୍ଟର କୁଲଙ୍କୁ ସାଥ୍‌ ଦେଇଛନ୍ତି ତାଙ୍କ ଧର୍ମପତ୍ନୀ। ଏହି ଫଟୋରେ ଦେଖାଯାଇଛି ଯେ, ଚେନ୍ନାଇ ଏୟାର ପୋର୍ଟରେ ଧୋନି ଓ ସାକ୍ଷୀ ଚଟାଣରେ ଶୋଇଯାଇଛନ୍ତି। ଉଭୟ ଧୋନିଙ୍କ ବ୍ୟାଗ୍‌କୁ ତକିଆ କରି ଦୁଇପଟେ ମୁଣ୍ଡ ଦେଇ ଶୋଇଛନ୍ତି। ଏହି ଫଟୋ ଉଭୟ ଶୋଇଥିବାବେଳେ କେହି ଉଠାଇଛି ଯାହାକୁ ଧୋନି ପରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସାୟାର କରିଛନ୍ତି।

ଏଥିରେ ଧୋନି କ୍ୟାପସନ ଦେଇ ଲେଖିଛନ୍ତି, ଆଇପିଏଲ ସମୟ ଅନୁସାରେ ସକାଳ ଫ୍ଲାଇଟ୍‌ ଥିଲେ ଏପରି ପରିସ୍ଥିତି ଉପୁଜିଥାଏ। ଫଟୋରେ ଧୋନି ଦମ୍ପତ୍ତି ଏକ ବ୍ୟାଗ୍‌କୁ ତକିଆ କରି ଶୋଇଯାଇଥିବାର ଦେଖିବାକୁ ମିଳିଛି । ବ୍ୟାଗ୍‌ର ଗୋଟିଏ ପଟେ ଧୋନି ଓ ଅନ୍ୟପଟେ ସାକ୍ଷୀ ମୁଣ୍ଡ ରଖି ଶୋଇଛନ୍ତି । ପାଖରେ ଚେନ୍ନାଇ ଦଳର ଖେଳାଳି ବସିଥିବାର ଦେଖାଯାଇଛି । ଏୟାରପୋର୍ଟରେ ବିମାନକୁ ଅପେକ୍ଷା କରି ଖେଳାଳି ବସିଥିବାବେଳେ ଏହି ଦୃଶ୍ୟ ଭାଇରାଲ ହୋଇଛି। ତେବେ ଏହି ଫଟୋ ଭାଇରାଲ ହେବା ପରେ ଏହାକୁ ଇନଷ୍ଟାଗ୍ରାମରେ 1 ଲକ୍ଷ ଲୋକ ଲାଇକ୍‌ କରିଛନ୍ତି । ଏହାସହ ଅନେକ ପ୍ରଶଂସକ ଧୋନିଙ୍କ ସରଳ ସ୍ବଭାବର ପୁଣିଥରେ ପ୍ରଶଂସା କରିଛନ୍ତି।

କେହି କେହି ଲେଖିଛନ୍ତି ଯେ ଧୋନି ଦମ୍ପତ୍ତି ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଆଉ କେତେକ ଫ୍ୟାନ୍ସ ଆଇପିଏଲ ସମୟ ସାରଣୀକୁ ସମାଲୋଚନା କରିଛନ୍ତି । ଗତକାଲି ମ୍ୟାଚ ପରେ ବିଳମ୍ବିତ ରାତିରେ ହୋଟେଲକୁ ଫେରିଥିଲେ ଚେନ୍ନାଇ ଖେଳାଳି । ତେବେ ସକାଳୁ ଫ୍ଲାଇଟ୍‌ ଥିବାରୁ ସେମାନେ ପୁଣି ଭୋରରୁ ଏୟାର ପୋର୍ଟରେ ହାଜର ହୋଇଥିଲେ । ତେବେ ଆଇପିଏଲର ବ୍ୟସ୍ତ କାର୍ଯ୍ୟସୂଚୀ ଏବଂ ଭେନ୍ୟୁକୁ ନେଇ ଆଗରୁ ଅନେକ ଥର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖେଳାଳିଙ୍କ ଫିଟନେସ୍‌ ଉପରେ ଏହା ପ୍ରଭାବ ପକାଉଥିବା ଅଭିଯୋଗ ହୋଇଛି ।

ତେବେ ଧୋନି ଚଟାଣରେ ବିନା ଦ୍ବିଧାରେ ଶୋଇଯିବାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହା ତାଙ୍କ ମହାନତାର ଆଉ ଏକ ପ୍ରମାଣ ବୋଲି ଖେଳପ୍ରେମୀ କହିଛନ୍ତି । ଆଗରୁ ଚେନ୍ନାଇ ଅଧିନାୟକଙ୍କ ଖେଳ ମଝିରେ ବିରତି ସମୟରେ ପଡିଆରେ ଶୋଇଯିବା, ଏୟାରପୋର୍ଟ ଚଟାଣରେ ବସିଯିବା, ସାଥୀ ଖେଳାଳିଙ୍କ ପିଲାଙ୍କ ସହ ଖେଳିବା, ଫ୍ୟାନ୍ସଙ୍କ ସହ ମଜାଦାର ମୂହୁର୍ତ୍ତ ବିତାଇବା ଭଳି ଫଟୋ ଓ ଭିଡିଓ ଭାଇରାଲ ହୋଇସାରିଛି ।

ABOUT THE AUTHOR

...view details