ଓଡିଶା

odisha

ETV Bharat / sports

ନୂଆ ଜିପ ନିସାନ ଜୋଙ୍ଗାକୁ ଏକାଠି ସଫା କଲେ ଧୋନି, ଜିଭା

ବର୍ତ୍ତମାନ ଧୋନିଙ୍କ ଗ୍ୟାରେଜରେ ସ୍ଥାନ ପାଇଛି ନୂଆ ଏକ ସଦସ୍ୟ । ସେନା ଦ୍ବାରା ବ୍ୟବହୃତ ହେଉଥିବା ଜିପ ନିସାନ ଜୋଙ୍ଗାକୁ ଆଣିଛନ୍ତି ଧୋନି । ଅଧିକ ପଢ଼ନ୍ତୁ...

By

Published : Oct 25, 2019, 2:39 AM IST

ନୂଆ ଜିପ ନିସାନ ଜୋଙ୍ଗାକୁ ଏକାଠି ସଫା କଲେ ଧୋନି ଜିଭା

ରାଞ୍ଚି: ଏହା ତ ସମସ୍ତେ ଜାଣନ୍ତି ଯେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କାର ଓ ବାଇକର ଖୁବ ସୌଖିନ । ଧୋନିଙ୍କ ପାଖରେ ରହିଛି ଅନେକ ଗୁଡିଏ କାର ଓ ସୁପର ବାଇକ । ତେବେ ବର୍ତ୍ତମାନ ଧୋନିଙ୍କ ଗ୍ୟାରେଜରେ ସ୍ଥାନ ପାଇଛି ନୂଆ ଏକ ସଦସ୍ୟ । ଆଉ ସେଇଟି ହେଲା ଭାରତୀୟ ସେନା ଦ୍ବାରା ବ୍ୟବହୃତ ହେଉଥିବା ଜିପ ନିସାନ ଜୋଙ୍ଗା (modified Nissan 1 ton aka the Nissan 4W73 series truck) । ସବୁଜ ରଙ୍ଗର ନିସାନ ଜୋଙ୍ଗା ରାଞ୍ଚିସ୍ଥିତ ଧୋନିଙ୍କ ଫାର୍ମ ହାଉସର ଶୋଭା ବଢ଼ାଇଛି ।

ଏହି ଜିପର ମଡେଲ ବନ୍ଦ ହେବା ପୂର୍ବରୁ ଭାରତୀୟ ସେନାରେ ଏହା ଅନେକ ସମୟ ପର୍ଯ୍ୟନ୍ତ ବ୍ୟବହୃତ ହୋଇଥିଲା । ତେବେ ଗାଡିର ଯେଉଁ ଫଟୋ ସାମ୍ନାକୁ ଆସିଛି ସେଥିରେ ଦେଖାଯାଇଛି ଧୋନି ନିଜର ନୂଆ ସବାରିରେ କିଛିଟା ପରିବର୍ତ୍ତନ କରିଛନ୍ତି । ଏହାକୁ ଚମକଦାର ସବୁଜ ରଙ୍ଗରେ ରଙ୍ଗା ଯାଇଥିବା ବେଳେ କିଛି ନୂଆ ବିଶେଷତ୍ବ ମଧ୍ୟ ଯୋଡା ଯାଇଛି ।

ନିସାନ 1 ଟନ ବାସ୍ତବରେ ଏକ ସୈନ୍ୟ ବାହାକ ଅଟେ । ସାଧାରଣ ରାସ୍ତାରେ ଏହି ଗାଡି ଦେଖିବାକୁ ମିଳେ ନାହିଁ, ଏହା କେବଳ ଭାରତୀୟ ସେନା ପାଇଁ ବିକ୍ରି ଓ ଡିଜାଇନ କରାଯାଇଥିଲା । ଏହାକୁ ସେନା ଦ୍ବାରା ‘ଜୋଙ୍ଗା’ ବୋଲି ସଂକ୍ଷିପ୍ତ ନାଁ ଦିଆଯାଇଥିଲା ।

ବୋନେଟ ଉପରେ ଜିଭା

ତେବେ ଧୋନି ଗୁରୁବାର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ନିଜ ଝିଅ ଜିଭା ସହ ନିଜର ନୂଆ ଗାଡିକୁ ଧୋଇ ସଫା କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ସେ ଲେଖିଛନ୍ତି ଯେ, ‘ଅଳ୍ପ ସାହାଯ୍ୟ ସବୁବେଳେ ଏକ ଲମ୍ବା ରାସ୍ତା ଚାଲିଥାଏ, ଆଉ ଯେତେବେଳେ ଆପଣଙ୍କୁ ଅନୁଭବ ହୁଏ ଯେ ଏହା ଏକ ବଡ଼ ବାହନ ।’

ତେବେ ଧୋନିଙ୍କ ପତ୍ନୀ ସାକ୍ଷୀ ମଧ୍ୟ ଜିଭା ଏହି ଜୋଙ୍ଗାର ବୋନେଟ ଉପରେ ବସିଥିବାର ଏକ ଫଟୋ ସେୟାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details