ଓଡିଶା

odisha

ETV Bharat / sports

ଧାୱନଙ୍କ ଶତକ, ଚେନ୍ନାଇକୁ 5 ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ - ଶିଖର ଧାୱନଙ୍କ ଶତକ

ଶିଖର ଧାୱନଙ୍କ ପ୍ରଥମ ଆଇପିଏଲ ଶତକ ଓ ଅକ୍ସର ପଟେଲଙ୍କ 3ଟି ଛକା ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟରେ ହରାଇଛି ।

Dhawan's maiden ton takes DC to five-wicket win over CSK
ଧାୱନଙ୍କ ଶତକ, ଚେନ୍ନାଇକୁ 5 ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

By

Published : Oct 18, 2020, 12:06 PM IST

ଶାରଜା: ଶିଖର ଧାୱନଙ୍କ ପ୍ରଥମ ଆଇପିଏଲ ଶତକ ଓ ଅକ୍ସର ପଟେଲଙ୍କ 3ଟି ଛକା ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟରେ ହରାଇଛି । ଫଳରେ 14 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖି, ପ୍ରଥମ ଟିମ ଭାବେ ପ୍ଲେ-ଅଫ୍ ଯୋଗ୍ୟତା ହାସଲର ନିକଟତର ହୋଇଛି ଦିଲ୍ଲୀ ।

ଧାୱନଙ୍କ ଶତକ, ଚେନ୍ନାଇକୁ 5 ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ
ଶାରଜା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଚେନ୍ନାଇ ବିପକ୍ଷ ମ୍ୟାଚରେ ଦିଲ୍ଲୀର ଷ୍ଟାଇଲିଷ୍ଟ ଓପନର ଶିଖ ଧାୱନଙ୍କ ବ୍ୟାଟ ଖୁବ ଗର୍ଜିଥିଲା । 58 ବଲରୁ 101 ରନର ଶତକୀୟ ଇଂନିସ ଖେଳିଥିଲେ ଧାୱନ ।
ଧାୱନଙ୍କ ଶତକ, ଚେନ୍ନାଇକୁ 5 ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ


ଶେଷ ଦୁଇ ଓଭରରେ ଦିଲ୍ଲୀ ବିଜୟ ପାଇଁ 21 ରନ ଆବଶ୍ୟକ କରୁଥିଲା । ସାମ କରନ ମାପିଚୁପି ବୋଲିଂ କରିବା ସହ, ମାତ୍ର 4 ରନ ବ୍ୟୟ କରିଥିଲେ । ତେବେ ଶେଷ ଓଭରରେ ଅକ୍ସର ପଟେଲ 3ଟି ଛକା ମାରି ଗୋଟିଏ ବଲ ବାକିଥାଇ ଦିଲ୍ଲୀକୁ ବିଜୟୀ କରାଇଥିଲେ ।


180 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ରଥମ ଓଭରରେ ପୃଥ୍ବୀ ଶ ଙ୍କ ୱିକେଟ ହରାଇଥିଲା । ପରେ ଅଜିଙ୍କ୍ୟ ରାହାଣେ ମ୍ୟାଚର 5ମ ଓଭରରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । କ୍ୟାପଟେନ ଶ୍ରେୟସ ଆୟର ମଧ୍ୟ ଡ୍ବାଇନ ବ୍ରାଭୋଙ୍କ ଶିକାର ହୋଇଥିଲେ ।


ବିଜୟ ପାଇଁ ଶେଷ 7 ଓଭରରୁ 71 ରନ ଆବଶ୍ୟକ କରୁଥିଲା ଦିଲ୍ଲୀ । ମାର୍କସ ଷ୍ଟୋଇନିସ ଓ ଧାୱନ ଦିଲ୍ଲୀ ଇଂନିସକୁ ଆଗକୁ ବଢାଇଥିଲେ । ଷ୍ଟୋଇନିସ 14 ବଲରୁ 24 ରନ ସହ ଦ୍ରୁତ ରନ ସଂଗ୍ରହ କରିବାକୁ ଯାଇ 16ତମ ଓଭରରେ ୱିକେଟ ହରାଇଥିଲେ । ପରେ ଅକ୍ସର ପଟେଲ ଓ ଧାୱନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦିଲ୍ଲୀକୁ ବିଜୟୀ କରାଇଥିଲେ ।

ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ, ଅମ୍ବାତି ରାୟୁଡୁଙ୍କ 25 ବଲରୁ 45 ଓ ରବିନ୍ଦ୍ର ଜାଡେଜାଙ୍କ 13 ବଲରୁ ଦ୍ରୁତ 33 ରନର ବଳରେ 179 ରନ ସଂଗ୍ରହ କରିଥିଲା । ଫାଫ ଡୁପ୍ଲେସିସ 58 ଓ ସେନ ୱାଟସନ 36 ରନର ଇଂନିସ ଖେଳିଥିଲେ ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details