ଓଡିଶା

odisha

ETV Bharat / sports

ସଫଳ ଓପନିଂ ପାର୍ଟନରସିପର ରହସ୍ୟ 'ବିଶ୍ବାସ ସହ ବନ୍ଧୁତା': ଧାୱନ - ଶତକୀୟ ପାର୍ଟନରସିପ

16ଟି ଶତକୀୟ ପାର୍ଟନରସିପ ସହ ଶିଖର ଧାୱନ ଓ ରୋହିତ ଶର୍ମାଙ୍କ ମଧ୍ୟରେ ଆଡାମ ଗିଲଖ୍ରୀଷ୍ଟ ଓ ମାଥ୍ୟୁ ହେଡେନଙ୍କ ସହ ୟୁଗ୍ମଭାବେ 2ୟ ସର୍ବାଧିକ ଶତକୀୟ ପାର୍ଟନରସିପର ରେକର୍ଡ ରରହିଛି । 21ଟି ଶତକୀୟ ପାର୍ଟନରସିପ ସହ ଏହି ତାଲିକାର ଶୀର୍ଷରେ ରହିଛନ୍ତି, ଦୁଇ ଭାରତୀୟ ଭେଟେରାନ ଓପନର ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ।

Dhawan credits 'trust' for successful opening partnership with Rohit
ସଫଳ ଓପନିଂ ପାର୍ଟନସିପର ରହସ୍ୟ 'ବିଶ୍ବାସର ସହ ବନ୍ଧୁତା': ଧାୱନ

By

Published : Jun 11, 2020, 11:19 AM IST

କୋଲକାତା: ଟିମ ଇଣ୍ଡିଆର ସୀମିତ ଓଭର କ୍ରିକେଟର ଓପନର ଶିଖର ଧାୱନ, ସଫଳ ଓପନିଂ ଯୋଡିକୁ ନେଇ ଖୁଲାସା କରିଛନ୍ତି । ରୋହିତ ଶର୍ମାଙ୍କ ସହ ଟିମ ଇଣ୍ଡିଆ ପ୍ରଥମ ପସନ୍ଦ ଓପନିଂ ଯୋଡି ରହିଛନ୍ତି ବାମହାତୀ ଧାୱନ।

ଶିଖର ଧାୱନ

16ଟି ଶତକୀୟ ପାର୍ଟନରସିପ ସହ ଉଭୟଙ୍କ ମଧ୍ୟରେ ଆଡାମ ଗିଲଖ୍ରୀଷ୍ଟ ଓ ମାଥ୍ୟୁ ହେଡେନଙ୍କ ସହ ୟୁଗ୍ମଭାବେ 2ୟ ସର୍ବାଧିକ ଶତକୀୟ ପାର୍ଟନରସିପର ରେକର୍ଡ ରହିଛି । 21ଟି ଶତକୀୟ ପାର୍ଟନରସିପ ସହ ଏହି ତାଲିକାର ଶୀର୍ଷରେ ରହିଛନ୍ତି, ଦୁଇ ଭାରତୀୟ ଭେଟେରାନ ଓପନର ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ।

ରୋହିତ ଶର୍ମା-ଶିଖର ଧାୱନ

ତେବେ ରୋହିତଙ୍କ ସହ ସଫଳ ଓପନିଂ ପାର୍ଟନରସିପ ପଛରେ ଧାୱନ ବିଶ୍ବାସ ରହିଥିବା ବୋଲି କହିଛନ୍ତି । ଧାୱନ କହିଛନ୍ତି "ରୋହିତଙ୍କୁ ମୁଁ U-19 ସମୟରୁ ଜାଣିଛି । ବୟସରେ ମୋ ଠାରୁ ବର୍ଷେ-ଦୁଇବର୍ଷ ସାନ । ତେବେ ଆମ ଭିତରେ ନିବିଡ ବନ୍ଧୁତା ଓ ପରସ୍ପର ପ୍ରତି ଦୃଢ ବିଶ୍ବାସ ରହିଛି । ଏହା ଲମ୍ବା ପାର୍ଟନରସିପ୍ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି ।" ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆୟୋଜିତ ଇନଷ୍ଟାଗ୍ରାମ ଲାଇଭ ସେସନରେ ଏହା କହିଛନ୍ତି ଧାୱନ ।

ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ 8ବର୍ଷ ଖେଳିବା ପରେ, ନିଜର ହୋମଟାଉନ ଦିଲ୍ଲୀ କ୍ୟାପିଟାଲ୍ସ ଟିମକୁ ଫେରିଛନ୍ତି ଧାୱନ । ଗତ ଆଇପିଏଲ ସଂସ୍କରଣରେ ଧାୱନ 16ଟି ମ୍ୟାଚରୁ 34.73 ହାରରେ 521 ରନ ସଂଗ୍ରହ କରିଥିଲେ । ତେବେ ଧାୱନ ଦିଲ୍ଲୀ କ୍ୟାପିଟାଲ୍ସକୁ ପାଇଁ ସୌଭାଗ୍ୟବାନ ସାବ୍ୟସ୍ତ ହୋଇଥିଲେ । ପ୍ରଥମ ଥର ପାଇଁ ଦିଲ୍ଲୀ ଆଇପିଏଲର ପ୍ଲେ-ଅଫରେ ପ୍ରବେଶ କରିବା ସହ ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ପରାସ୍ତ ହୋଇ 3ୟ ସ୍ଥାନରେ ଅଭିଯାନ ଶେଷ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details