ଓଡିଶା

odisha

ETV Bharat / sports

ଧର୍ମଶାଳା ଦିନିକିଆକୁ କୋରୋନା ଭୟ, ଏଥର ବିନା ଦର୍ଶକରେ ମ୍ୟାଚ ! - ବିନା ଦର୍ଶକରେ ମ୍ୟାଚ

ହିମାଚଳ ପ୍ରଦେଶ ରାଜଧାନୀ ଠାରୁ ପ୍ରାୟ 250 କିଲୋମିଟର ଦୂରରେ ଧର୍ମଶାଳା ଷ୍ଟାଡିୟମର ପ୍ରାୟ 40 ପ୍ରତିଶତ ଟିକେଟ୍ ବୁଧବାର ପର୍ଯ୍ୟନ୍ତ ବିକ୍ରି ହୋଇନାହିଁ । ଅଧିକ ପଢନ୍ତୁ...

dharamsala-odi-covid-19-scare-may-see-india-play-sa-in-empty-stadium
ଧର୍ମଶାଳା ଦିନିକିଆକୁ କୋରୋନା ଭୟ; ଏଥର ବିନା ଦର୍ଶକରେ ମ୍ୟାଚ!

By

Published : Mar 11, 2020, 7:47 PM IST

ଧର୍ମଶାଳା: ଆସନ୍ତାକାଲି (ଗୁରୁବାର) ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ । ତେବେ ପ୍ରଥମ ଦିନିକିଆକୁ ଘାରିଛି କୋରୋନା ଭାଇରସ ଭୟ । ଫଳରେ ଧର୍ମଶାଳା ଷ୍ଟାଡିୟମ ଖାଲି ପଡିପାରେ ବୋଲି ଆଶଙ୍କା କରାଯାଉଛି । ଆଉ ଏମିତି ହେଲେ ବିନା କୌଣସି ଦର୍ଶକରେ ଖେଳାଯିବ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ।

ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ

ସୂଚାନାଥାଉ କି, ଭାରତରେ ଏପର୍ଯ୍ୟନ୍ତ 62 ଜଣ କୋରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇସାରିଛି । ସେପଟେ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ) ଷ୍ଟାଡିୟମ୍ ଏକ ନିଛାଟିଆ ସ୍ଥାନରେ ଥିବାରୁ ଲୋକେ ମ୍ୟାଚ ଦେଖିବା ଲାଗି ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । ତେବେ ରାଜ୍ୟ ରାଜଧାନୀଠାରୁ ପ୍ରାୟ 250 କିଲୋମିଟର ଦୂରରେ ଥିବା ଏହି ଷ୍ଟାଡିୟମର ପ୍ରାୟ 40 ପ୍ରତିଶତ ଟିକେଟ୍ ବୁଧବାର ପର୍ଯ୍ୟନ୍ତ ବିକ୍ରି ହୋଇନାହିଁ ।

ଧର୍ମଶାଳା ଦିନିକିଆକୁ କୋରୋନା ଭୟ; ଏଥର ବିନା ଦର୍ଶକରେ ମ୍ୟାଚ!

ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ) ଅଧିକାରୀମାନେ କହିଛନ୍ତି ଯେ, କୋରୋନା ଭାଇରସ୍ ଭୟରେ କ୍ରିକେଟ୍ ପ୍ରେମୀ, ମୁଖ୍ୟତଃ ବିଦେଶୀମାନେ ଏତେ ଦୂର ଯାତ୍ରା କରିବା ତଥା ସର୍ବସାଧାରଣ ସ୍ଥାନକୁ ଯିବାକୁ ପସନ୍ଦ କରୁ ନାହାନ୍ତି । ସେ ଆହୁରି କହିଛନ୍ତି ଯେ, ଏଥର ମାତ୍ର ଦୁଇରୁ ତିନୋଟି କର୍ପୋରେଟ୍ ବକ୍ସ ବିକ୍ରି ହୋଇଛି । ହିମାଳୟର ପାଦଦେଶରେ ଅବସ୍ଥିତ ଏହି ଷ୍ଟାଡିୟମରେ 12ଟି କର୍ପୋରେଟ୍ ବକ୍ସ ଅଛି । ପ୍ରତ୍ୟେକର 20ଟି ସିଟ୍ କ୍ଷମତା ରହିଛି | ପ୍ରତ୍ୟେକ ବକ୍ସରେ ମ୍ୟାଚ୍ ପାଇଁ ପ୍ରାୟ 2 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।

ମଙ୍ଗଳବାର ଦିନ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଧର୍ମାଶାଳ ଗସ୍ତ ପୂର୍ବରୁ ମାସ୍କ ସହିତ ଏକ ଫଟୋ ପୋଷ୍ଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details