ନୂଆଦିଲ୍ଲୀ:ଦିଲ୍ଲୀ କ୍ୟାପିଟାଲ୍ସ ଇଂଲଣ୍ଡର ଅଲରାଉଣ୍ଡର କ୍ରିସ ଓ୍ବୋକ୍ସଙ୍କ ସ୍ଥାନରେ ଦ.ଆଫ୍ରିକାର ଦ୍ରୁତତମ ବୋଲର ଏନରିଚ ନୋର୍ଟଜଙ୍କୁ ସାମିଲ କରିଛି । ଓ୍ବୋକ୍ସ ଇଂଲଣ୍ଡର କାଉଣ୍ଚି ଟିମରେ ଖେଳିବା ପାଇଁ ଆଇପିଏଲକୁ ବାଏ ବାଏ କହିଛନ୍ତି । ସୂଚନାଥାଉକି, ଏନରିଚ ନୋର୍ଟଜ 2019ରେ ଆଇପିଏଲରେ ପଦାର୍ପଣ କରିଥିଲେ । କିନ୍ତୁ ତାଙ୍କର କାନ୍ଧରେ ଆହାତ ଲାଗିଥିବାରୁ କେକେଆର ପାଇଁ ଖେଳି ପାରି ନଥିଲେ ।
IPL: ଦିଲ୍ଲୀ କ୍ୟାପିଟଲ୍ସରେ ଓ୍ବକ୍ସଙ୍କ ସ୍ଥାନରେ ଏନରିଚଙ୍କୁ ମିଳିଲା ସ୍ଥାନ - ଇଂଲଣ୍ଡର ଅଲରାଉଣ୍ଡର କ୍ରିସ ଓ୍ବୋକ୍ସ
ଦିଲ୍ଲୀ କ୍ୟାପିଟାଲ୍ସ ଇଂଲଣ୍ଡର ଅଲରାଉଣ୍ଡର କ୍ରିସ ଓ୍ବୋକ୍ସଙ୍କ ସ୍ଥାନରେ ଦ.ଆଫ୍ରିକାର ଦ୍ରୁତତମ ବୋଲର ଏନରିଚ ନୋର୍ଟଜଙ୍କୁ ସାମିଲ କରିଛି । ଓ୍ବୋକ୍ସ ଇଂଲଣ୍ଡର କାଉଣ୍ଚି ଟିମରେ ଖେଳିବା ପାଇଁ ଆଇପିଏଲକୁ ବାଏ ବାଏ କହିଛନ୍ତି ।
![IPL: ଦିଲ୍ଲୀ କ୍ୟାପିଟଲ୍ସରେ ଓ୍ବକ୍ସଙ୍କ ସ୍ଥାନରେ ଏନରିଚଙ୍କୁ ମିଳିଲା ସ୍ଥାନ IPL](https://etvbharatimages.akamaized.net/etvbharat/prod-images/768-512-03:41:38:1597745498-768-512-8461036-141-8461036-1597733817892-1808newsroom-1597745383-213.jpg)
IPL: ଦିଲ୍ଲୀ କ୍ୟାପିଟଲ୍ସ ଟିମରେ ଓ୍ବକ୍ସଙ୍କ ସ୍ଥାନରେ ଏନରିଚଙ୍କୁ ମିଳିଲା ସ୍ଥାନ
ତେବେ ନୋର୍ଟଜ ଟିମରେ ସାମିଲ ହେବା ପରେ ଖୁସି ଜାହିର କରିଛନ୍ତି । ସେ କହିଛନ୍ଥି ଯେ, ଦିଲ୍ଲୀ ଟିମ ସହ ସାମିଲ ହୋଇ ଖୁସି ଅଛି । ଏହା ମୋ ପାଇଁ ଏକ ଭଲ ଅନୁଭବ ହେବ ।
ସୂଚନାଥାଉକି, 26 ବର୍ଷୀୟ ନୋର୍ଟଜ ଗତବର୍ଷ ଟେଷ୍ଟ ମ୍ୟାଚରେ ଭାରତ ବିପକ୍ଷରେ ଟେଷ୍ଟ କ୍ରିକେଟରେ ନିଜର ଡେବ୍ୟୁ ମ୍ୟାଚ ଖେଳିଥିଲେ ।