ଦୁବାଇ: ସେପ୍ଟେମ୍ବର 19ରୁ ଆଇପିଏଲର 13ତମ ସଂସ୍କରଣ ଆରମ୍ଭ ହେବ । ସେଥିପାଇଁ ସମସ୍ତ ଟିମ ୟୁଏଇ ପହଞ୍ଚିସାରିଥିବା ବେଳେ, ବିଦେଶୀ ଖେଳାଳି ଓ କୋଚ ୟୁଏଇ ପହଞ୍ଚିବାରେ ଲାଗିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ରିକି ପଣ୍ଟିଂ ଗୁରୁବାର ଆଇପିଏଲ 2020 ପାଇଁ ଦୁବାଇରେ ପହଞ୍ଚିଛନ୍ତି । ନବନିଯୁକ୍ତ ବୋଲିଂ କୋଚ ରିଆନ ହାରିସ ମଧ୍ୟ ଦୁବାଇ ଅଭିମୁଖେ ଉଡାଣ ଭରିଛନ୍ତି ।
ଏନେଇ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ବିଟର ଆକାଉଣ୍ଟରେ କୋଚଙ୍କୁ ଦୁବାଇରେ ସ୍ବାଗତ ଜଣାଯାଇଛି ।
ଆଇପିଏଲ ପାଇଁ ବିସିସିଆଇର କୋଭିଡ-19 ଏସଓପି ଅନୁଯାୟୀ, ସମସ୍ତ ଖେଳାଳି 7ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିଛନ୍ତି । ତେବେ ଏକମାତ୍ର ଟିମ ଭାବେ ରାଜସ୍ଥାନ ରୟାଲ୍ସ କ୍ବାରେଣ୍ଟିନ ସମୟ ଶେଷ କରିବା ପରେ ଅଭ୍ଯାସ ଆରମ୍ଭ କରିଛି ।