ହାଇଦ୍ରାବାଦ: ପୁଣି ଚମକିଲେ ହ୍ୟାଟ୍ରିକ୍ ମ୍ୟାନ ଚହର । 3 ଦିନରେ କଲେ ଦୁଇ ଦୁଇଥର ହ୍ୟାଟ୍ରିକ୍ ଶୀକାର । ଅନ୍ତର୍ଜାତୀୟ କ୍ରିକେଟ ପରେ ଏବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଚହରଙ୍କ ହ୍ୟାଟ୍ରିକ ଜଲୱା । ମଙ୍ଗଳବାର ସୟଦ ମୁସ୍ତକ ଅଲ୍ଲୀ ଟ୍ରଫିରେ ପୁଣି ହ୍ୟାଟ୍ରିକ୍ ନେଇଛନ୍ତି ଭାରତୀୟ ବୋଲର ଦୀପକ ଚହର। ବିଦର୍ଭ ବିପକ୍ଷ ମ୍ୟାଚରେ କମାଲ କରିଛନ୍ତି ଏହି ରାଜସ୍ଥାନୀ ବୋଲର।
ଚହରଙ୍କ ହ୍ୟାଟ୍ରିକ ଜଲୱା: 3 ଦିନରେ ଦୁଇ ଦୁଇଥର ହ୍ୟାଟ୍ରିକ୍ ଶୀକାର
ମଙ୍ଗଳବାର ସୟଦ ମୁସ୍ତକ ଅଲ୍ଲୀ ଟ୍ରଫିରେ ପୁଣି ହ୍ୟାଟ୍ରିକ୍ ନେଇଛନ୍ତି ଭାରତୀୟ ବୋଲର ଦୀପକ ଚହର।
ମ୍ୟାଚରେ 3 ଓଭର ବୋଲିଂରେ 18 ରନ ବ୍ୟୟ କରି 4ଟି ଶୀକାର କରିଛନ୍ତି ଏହି 27 ବର୍ଷୀୟ ଖେଳାଳି। ବିପକ୍ଷ ଦଳ ଦର୍ଶନ ନାଲକାଣ୍ଡେ, ଶ୍ରୀକାନ୍ତ ୱ ଓ ଅକ୍ଷୟ ୱାଡେକରଙ୍କୁ ଆଉଟ୍ କରି ଏହି ସଫଳତା ପାଇଛନ୍ତି । ଚହରଙ୍କ ଘାତ ବୋଲିଂ ଯୋଗୁ ବିଦ୍ରଭ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ ମାତ୍ର 99 ରନ୍ କରିବାକୁ ସକ୍ଷମ ହୋଇଥିଲା।
ଏହା ପୂର୍ବରୁ ରବିବାର ବାଂଲାଦେଶ ବିପକ୍ଷ ଶେଷ ଟି-20 ମ୍ୟାଚରେ ହ୍ୟାଟ୍ରିକ ଶୀକାର କରିଥିଲେ ଚହର । କେବଳ ସେତିକି ନୂହେଁ ଅଜନ୍ତା ମେଣ୍ଡିସଙ୍କ 6 ୱିକେଟ ରେକର୍ଡ ବି ଚୁରମାର୍ କରିଥିଲେ ଚହର । ନାଗପୁର ନିର୍ଣ୍ଣାୟକ ମ୍ୟାଚରେ 3.2 ଓଭରରେ ମାତ୍ର 7ରନ ବ୍ୟୟରେ 6 ୱିକେଟ ହଲ ଅକ୍ତିଆର କରିଥିଲେ ଚହର । ପୂର୍ବରୁ ଏହି ବିଶ୍ବ ରେକର୍ଡ କେବଳ ଅଜନ୍ତା ମେଣ୍ଡିସଙ୍କ ନାମରେ ରହିଥିଲା । ମେଣ୍ଡିସ 8ରନ ବ୍ୟୟରେ 6 ୱିକେଟ ନେଇଥିଲେ।