ହାଇଦ୍ରାବାଦ: ଆଇପିଏଲର 14ତମ ସଂସ୍କରଣରେ ପଞ୍ଜାବ ଖେଳାଳି ନୂଆ ନାମ ସହ ପଡିଆକୁ ଓହ୍ଲାଇବେ । ପୂର୍ବରୁ କିଙ୍ଗ୍ସ ଏକାଦଶ ନାମ ଥିବାବେଳେ ଫ୍ରାଞ୍ଚାଇଜ ନାମରେ ସାମାନ୍ୟ ପରିବର୍ତ୍ତନ କରି ପଞ୍ଜାବ କିଙ୍ଗ୍ସ ରଖିଛି । ତେବେ ନାମ ବଦଳିବା ଦ୍ବାରା ଫ୍ରାଞ୍ଚାଇଜର ପ୍ରଦର୍ଶନ ସହ ଟୁର୍ଣ୍ଣାମେଣ୍ଟରେ ଟିମର ଭାଗ୍ୟ ବଦଳୁଛି କି ନାହିଁ ଫ୍ୟାନ୍ସଙ୍କ ଅପେକ୍ଷା ।
ଥରେ ମାତ୍ର 2014ରେ ଫାଇନାଲ ଖେଳିଛି ଦଳ । ଫଳରେ ଆଗାମୀ ଆଇପିଏଲରେ ଫର୍ମରେ ଥିବା କେଏଲ ରାହୁଲଙ୍କ ନେତୃତ୍ବରେ ସନ୍ତୁଳିତ ପଞ୍ଜାବ ନିଶ୍ଚିନ୍ତ ପ୍ରଥମ ଟାଇଟେଲ ବିଜୟ ଆଶାରେ ରହିବ ।
ରାହୁଲଙ୍କ ଅଧିନାୟକତ୍ବ, ଅନିଲ କୁମ୍ବଲେଙ୍କ ପ୍ରଶିକ୍ଷଣ ନେତୃତ୍ବରେ ଦଳରେ ଏକାଧିକ ଦକ୍ଷ, ମ୍ୟାଚ ବିଜେତା ଓ ଭାରତୀୟ ଯୁବ ଖେଳାଳି ରହିଛନ୍ତି । ତେବେ ଦଳର ସ୍ଥିର ପ୍ରଦର୍ଶନ ନେଇ ଏବେବି ଆଶଙ୍କା ରହିଛି ।
ଦଳରେ କ୍ରିସ ଗେଲ୍, ନିକୋଲାସ ପୁରୋନ, ଡେୱିଡ ମଲାନଙ୍କ ପରି ଅନ୍ତର୍ଜାତୀୟ ପାୱରହିଟର ରହିଛନ୍ତି, ଯେଉଁମାନେ କୌଣସି ବି ପରିସ୍ଥିତିରେ ମ୍ୟାଚର ମୋଡ ବଦାଳାଇବାର କ୍ଷମତା ରଖନ୍ତି । ଅନ୍ୟପଟେ କ୍ୟାପଟେନ ରାହୁଲଙ୍କ ସହ ମୟଙ୍କ ଅଗ୍ରୱାଲ ପଞ୍ଜାବ ବ୍ୟାଟିଂର ଶକ୍ତିଶାଳୀ ସଦସ୍ୟ ରହିଛନ୍ତି ।