ଓଡିଶା

odisha

ଦୁଇ ସପ୍ତାହ ମଧ୍ୟରେ 2021 ମହିଳା ଦିନିକିଆ ବିଶ୍ବକପ ନିଷ୍ପତ୍ତି

By

Published : Jul 21, 2020, 8:59 PM IST

Updated : Jul 21, 2020, 9:10 PM IST

ନ୍ୟୁଜିଲାଣ୍ଡରେ ହେବାକୁ ଥିବା ମହିଳା ବିଶ୍ବକପର ଚିତ୍ର ଏବେ ବି ଅସ୍ପଷ୍ଟ ରହିଛି । ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଚେୟାରମ୍ୟାନ ଗ୍ରେଗ ବାର୍କଲେ ଏହି ଟୁର୍ଣ୍ଣାମେଣ୍ଟ ନେଇ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଚୁଡାନ୍ତ ନିଷ୍ପତ୍ତି ହେବ ବୋଲି କହିଛନ୍ତି ।

Decision on 2021 ICC Women's World Cup in next two weeks
ଦୁଇ ସପ୍ତାହ ମଧ୍ୟରେ 2021 ମହିଳା ଦିନିକିଆ ବିଶ୍ବକପ ନିଷ୍ପତି

ଅକଲାଣ୍ଡ: ମହାମାରୀ କୋରୋନା ଭାଇରସ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ 2020 ପୁରୁଷ ଟି-20 ବିଶ୍ବକପ ସ୍ଥଗିତ ଘୋଷଣା କରାଯାଇଛି । ତେବେ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ମହିଳା ବିଶ୍ବକପର ଚିତ୍ର ଏବେ ବି ଅସ୍ପଷ୍ଟ ରହିଛି । ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଚେୟାରମ୍ୟାନ ଗ୍ରେଗ ବାର୍କଲେ ଏହି ଟୁର୍ଣ୍ଣାମେଣ୍ଟ ନେଇ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଚୁଡାନ୍ତ ନିଷ୍ପତ୍ତି ହେବ ବୋଲି କହିଛନ୍ତି ।

ଦୁଇ ସପ୍ତାହ ମଧ୍ୟରେ 2021 ମହିଳା ଦିନିକିଆ ବିଶ୍ବକପ ନିଷ୍ପତି

ଏଥିସହିତ ଯଦି ଏହି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହୁଏ ତେବେ, ଏହା ଘୋଷଣା ବିଳମ୍ବ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଚୂଡାନ୍ତ ଘୋଷଣା ପରେ ହିଁ, ଫେବୃଆରୀରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ନିତ ହୋଇପାରିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ସ୍ଥିତିରେ ନ୍ୟୁଜିଲାଣ୍ଡ ବିଶ୍ବର ଏକମାତ୍ର ଦେଶ ଭାବେ, ଷ୍ଟାଡିୟମରେ ସଂପୂର୍ଣ୍ଣ ଦର୍ଶକଙ୍କ ସହ ମେଗା ସ୍ପୋର୍ଟ୍ସ ଇଭେଣ୍ଟ ଆୟୋଜନ କରିପାରିବ । ମାତ୍ର ଏଥିପାଇଁ ଚୁଡାନ୍ତ ଅନୁମତି ଆବଶ୍ୟକ ବୋଲି ବାର୍କଲେ କହିଛନ୍ତି ।

ଦୁଇ ସପ୍ତାହ ମଧ୍ୟରେ 2021 ମହିଳା ଦିନିକିଆ ବିଶ୍ବକପ ନିଷ୍ପତି

ନ୍ୟୁଜିଲାଣ୍ଡରେ 2021 ଫେବୃଆରୀ 6ରୁ ମାର୍ଚ୍ଚ 7 ପର୍ଯ୍ୟନ୍ତ, 50 ଓଭର ମହିଳା ବିଶ୍ବକପ ଖେଳାଯିବା ନେଇ ସୂଚୀ ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 8ଟି ଟିମ ଅଂଶଗ୍ରହଣ କରିବେ । ଅକଲାଣ୍ଡ, ହାମିଲଟନ, ତୌରଙ୍ଗା, ୱେଲିଂଟନ, ଖ୍ରୀଷ୍ଟଚର୍ଚ୍ଚ ଓ ଡୁନେଡିନ ଆଦି 6ଟି ଭେନ୍ୟୁରେ ସମସ୍ତ ମ୍ୟାଚ ଖେଳାଯିବା ନେଇ ସୂଚୀ ଧାର୍ଯ୍ୟ ହୋଇଛି । ମୋଟ 31ଟି ମ୍ୟାଚ ଖେଳାଯିବ । ଭାରତ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । 8ଟି ଟିମ ମଧ୍ୟରେ ରାଉଣ୍ଡଲ ରବିନ ଫର୍ମାଟରେ ମ୍ୟାଚ ଖେଳାଯିବ । ପରେ ପଏଣ୍ଟ ଟେବୁଲର ଶୀର୍ଷ 4ଟି ଟିମ ସେମିଫାଇନାଲକୁ ଉନ୍ନିତ ହେବେ ।

ଗତ କିଛି ମାସ ଧରି ଆଇସିସି ଟୁର୍ଣ୍ଣାମେଣ୍ଟ ନେଇ ବଡ ନିଷ୍ପତିକୁ ସମସ୍ତ କ୍ରିକେଟ ବୋର୍ଡ, ଫ୍ୟାନ୍ସ ଓ କ୍ରିକେଟରଙ୍କ ଅପେକ୍ଷା ରହିଥିଲା । ସୋମବାର 2020 ସଂସ୍କରଣର ଟି-20 ବିଶ୍ବକପକୁ ଆଇସିସି ବୋର୍ଡ ବୈଠକରେ ସ୍ଥଗିତ ନିଷ୍ପତି ନିଆଯାଇଛି । ଅଷ୍ଟ୍ରେଲିଆରେ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଫଟାଫଟ କ୍ରିକେଟର ମହାକୁମ୍ଭ ଖେଳାଯିବା ନେଇ ପୂର୍ବରୁ ସୂଚୀ ରହିଥିଲା । ତେବେ ବିଶ୍ବତମାମ ମହାମାରୀ କୋରୋନା ଭାଇରସର ବର୍ଦ୍ଧିତ ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହାକୁ ଆସନ୍ତା ବର୍ଷକୁ ସ୍ଥଗିତ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 21, 2020, 9:10 PM IST

ABOUT THE AUTHOR

...view details