ସେଞ୍ଚୁରିଆନ: ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାର ସ୍କୋର 277/9 ରହିଛି ।
ଇଂଲଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତି କରିଥିଲା । ଫଳରେ ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା । ଦଳକୁ ଫେରି କ୍ୟାରିୟରର 150ତମ ଟେଷ୍ଟମ୍ୟାଚ ଖେଳୁଥିବା, ଷ୍ଟାର ପେସ ବୋଲର ଆଣ୍ଡରସନ, ପ୍ରଥମ ବଲରେ ହିଁ ଦକ୍ଷିଣ ଆଫ୍ରିକା ଓପନର ଡିନ ଏଲଗାରଙ୍କୁ ଆଉଟ କରି ପାଭିଲିୟନ ଫେରାଇଥିଲେ ।