ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ(DC)ର ଦ୍ରୁତ ବୋଲର ଆନରିଚ ନର୍ଟଜେ ଏକ ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ପ୍ରତି 156.2kmph ବେଗରେ ଏକ ବଲ ପିଙ୍ଗିଥିଲେ । ଏହା ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସରେ ଦ୍ରୁତତମ ବଲ । ପୂର୍ବରୁ ଏହି ରେକର୍ଡ ଡେଲ ଷ୍ଟେନ(154.4kmph)ଙ୍କ ନାମରେ ରହିଥିଲା ।
ଦକ୍ଷିଣ ଆଫ୍ରିକୀୟ ବୋଲର ନର୍ଟଜେ ଦିଲ୍ଲୀ କ୍ୟାପିଟାଲ୍ସର 3ୟ ଓଭରରେ ବୋଲିଂ ପାଇଁ ଆସିଥିଲେ । ଏହା ତାଙ୍କର ପ୍ରଥମ ଓଭର ଥିଲା । ପ୍ରଥମ ବଲ 148.2kmph ବେଗରେ ବୋଲିଂ କରିଥିଲେ । ଏହାକୁ ବଟଲର ଛକା ମାରିଥିଲେ । ପରେ ସେ 152.3 kmph ଓ 152.1 kmph ବେଗରେ ପରବର୍ତ୍ତୀ ଦୁଇଟି ବଲ ବୋଲିଂ କରିଥିଲେ । ପରେ 146.4 kmph ବେଗ କମାଇ 4ର୍ଥ ବଲ ବୋଲିଂ କରିଥିଲେ । ମାତ୍ର 26 ବର୍ଷୀୟ ନର୍ଟଜେ 5ବଲ 156.2kmph ବେଗରେ ବୋଲିଂ କରି ଆଇପିଏଲ ଟୁର୍ଣ୍ଣାମେଣ୍ଟର ସର୍ବକାଳୀନ ଦ୍ରୁତ ବଲ ବୋଲିଂ କରିବାର ରେକର୍ଡ କରିଥିଲେ ।