ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13 ତମ ସିଜନର 55 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ୍ ଏଠାରେ ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଛି ।
ଆଇପିଏଲ୍ 2020: ଟସ୍ ଜିତିବା ପରେ ଦିଲ୍ଲୀର ବୋଲିଂ ନିଷ୍ପତ୍ତି
55 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ ।
ଆଇପିଏଲ୍ 2020
ବାଙ୍ଗାଲୋର ଦଳ ଦୁଇଟି ପରିବର୍ତ୍ତନ କରିଥିବାବେଳେ ଦିଲ୍ଲୀ ଦଳ 3ଟି ପରିବର୍ତ୍ତନ କରିଛି । ଯଦି ଉଭୟ ଦଳ ବିଷୟରେ କହିବା, ଉଭୟ ଦଳ ନିଜ ନିଜର ଶେଷ ମ୍ୟାଚରେ ହାରି ଆସିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ ଏବଂ ହାଇଦ୍ରାବାଦ ବାଙ୍ଗାଲୋରକୁ ପରାସ୍ତ କରିଛି ।
ଦଳ-
- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକାଦଶ: ଜୋସ ଫିଲିପ, ଦେବଦତ୍ତ ପାଦିକଲ, ବିରାଟ କୋହଲି, ଏବି ଡି ଭିଲିୟର୍ସ, ୱାଶିଂଟନ୍ ସୁନ୍ଦର, ଶିବମ୍ ଦୁବେ, ଶାହାବାଜ୍ ଅହମ୍ମଦ, କ୍ରିସ୍ ମୋରିସ୍, ଇସୁରୁ ଉଦାନା, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ।
- ଦିଲ୍ଲୀର କ୍ୟାପିଟାଲ୍ସ: ଶିଖର ଧାୱନ, ପୃଥ୍ବୀ ଶ', ଅଜିଙ୍କ୍ୟ ରାହାନେ, ଶ୍ରେୟାସ ଆୟର,ଋଷଭ ପନ୍ତ , ମାର୍କସ ଷ୍ଟୋଇନିସ, ଡାନିଏଲ ସାମସ୍, ଅକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, କାଗିସୋ ରାବାଡା, ଆନ୍ରିଚ୍ ନୋର୍ଜେ ।