ଦୁବାଇ: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଛି ଭୁବନେଶ୍ବର ଝଟକା। ଟୁର୍ଣ୍ଣାମେଣ୍ଟ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଥିବାବେଳେ, ଦଳର ଷ୍ଟାର ବୋଲର ଭୁବନେଶ୍ବର କୁମାର ଆହତ କାରଣରୁ ବାଦ ପଡିଛନ୍ତି । ଶୁକ୍ରବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ଭୁବନେଶ୍ବର ।
ମ୍ୟାଚର 19ତମ ଓଭରରେ ଆହତ ହୋଇ ପଡିଆ ଛାଡିଥିଲେ ଭୁବି । ପରେ ବୋଲିଂ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଧିକ ଯନ୍ତ୍ରଣା ଅନୁଭବ କରିବା ପରେ ଫିଜିଓଙ୍କ ପରାମର୍ଶ କ୍ରମେ ପଡିଆ ଛାଡିଥିଲେ । ଫଳରେ ସେ ଆଇପିଏଲର 13ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି ।