ଦୁବାଇ: ଆଇପିଏଲ-13ର ଫାଇନାଲ ମ୍ୟାଚରେ ମୁମ୍ବାଇ ଠାରୁ ଦିଲ୍ଲୀ ପରାସ୍ତ ହୋଇଥିଲା । ଏହି ପରାଜୟ ପରେ ଦିଲ୍ଲୀର ଓ୍ବିକେଟକିପର ଋଷଭ ପନ୍ତ ଫ୍ୟାନ୍ସଙ୍କ ପାଇଁ ଏକ ଖାସ୍ ଟ୍ବିଟ କରିଛନ୍ତି ।
ପନ୍ତ ଟ୍ବିଟ କରି କହିଛନ୍ତି ଯେ, ସିଜନରେ ଭଲ ଅନ୍ତ କରି ପାରିଲୁ ନାହିଁ,ସେଥିଲାଗି ନିରାଶ ଅଛୁ । ଆମେ ସବୁବେଳେ ଲଢୁଆଳ ମନୋଭାବ ନେଇ ଗ୍ରାଉଣ୍ଡକୁ ଓହ୍ଲାଉଥିଲୁ । ଟିମର ସମସ୍ତ ସାଥି ଓ ପ୍ରଶିକ୍ଷକ ସାଥ୍ ଦେଇଥିବାରୁ ଧନ୍ୟବାଦ । ଆମର ପ୍ରଶଂସକଙ୍କୁ ବହୁତ ବହୁତ ଭଲ ପାଇବା । ଆଗାମୀ ସିଜନରେ ଏକ ଶକ୍ତ ଦଳ ହୋଇ ଫେରିବୁ ।