ଆଡିଲେଡ: ପାକିସ୍ତାନ ବିପକ୍ଷ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦୃଢ ସ୍ଥିତିରେ ପହଞ୍ଚିଛି। ପାକିସ୍ତାନୀ ବୋଲରଙ୍କୁ ପ୍ରଭାବହୀନ ସାବ୍ୟସ୍ତ କରି ଓପନର ଡେଭିଡ ୱାର୍ଣ୍ଣର ଜବରଦସ୍ତ ତ୍ରିଶତକ ହାସଲ କରିଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ ୱାର୍ଣ୍ଣରଙ୍କ ଏହା ପ୍ରଥମ ତ୍ରିଶତକ। 519 ମିନିଟ ବ୍ୟାଟିଂ କରି 389 ବଲରୁ 37 ଚୌକା ସହ 300 ରନ ପୁରା କରିଛନ୍ତି ଏହି ଅଷ୍ଟ୍ରେଲିଆ ଓପନର।
ଆଡିଲେଡ ଟେଷ୍ଟ: ୱାର୍ଣ୍ଣରଙ୍କ ଆକର୍ଷଣୀୟ ତ୍ରିଶତକ - ଡେଭିଡ ୱାର୍ଣ୍ଣର ତ୍ରିଶତକ
ଆଡିଲେଡ ଟେଷ୍ଟରେ ପାକିସ୍ତାନୀ ବୋଲରଙ୍କୁ ପ୍ରଭାବହୀନ ସାବ୍ୟସ୍ତ କରି ଓପନର ଡେଭିଡ ୱାର୍ଣ୍ଣର ଜବରଦସ୍ତ ତ୍ରିଶତକ ହାସଲ କରିଛନ୍ତି। 519 ମିନିଟ ବ୍ୟାଟିଂ କରି 389 ବଲରୁ 37 ଚୌକା ସହ 300 ରନ ପୁରା କରିଛନ୍ତି ଏହି ଅଷ୍ଟ୍ରେଲିଆ ଓପନର।
![ଆଡିଲେଡ ଟେଷ୍ଟ: ୱାର୍ଣ୍ଣରଙ୍କ ଆକର୍ଷଣୀୟ ତ୍ରିଶତକ ୱାର୍ଣ୍ଣରଙ୍କ ତ୍ରିଶତକ](https://etvbharatimages.akamaized.net/etvbharat/prod-images/768-512-5223955-thumbnail-3x2-wcjpeg.jpg)
ୱାର୍ଣ୍ଣରଙ୍କ ତ୍ରିଶତକ
ଅଷ୍ଟ୍ରେଲିଆ କ୍ରିକେଟର ଭାବେ ପାକିସ୍ତାନ ବିପକ୍ଷରେ ତ୍ରିଶତକ ହାସଲ କରିବାରେ ୱାର୍ଣ୍ଣର 2ୟ ଖେଳାଳି ହୋଇଛନ୍ତି । 4ର୍ଥ ଅଷ୍ଟ୍ରେଲିଆ ଓପନର ବ୍ୟାଟ୍ସମ୍ୟାନ ଭାବେ ଏହି 300 ରନ ପାର କରିଛନ୍ତି ୱାର୍ଣ୍ଣର । ଏଥିସହିତ ବିଶ୍ବ କ୍ରିକେଟରେ 16ତମ ଖେଳାଳି ଓ 7ମ ଅଷ୍ଟ୍ରେଲିଆ କ୍ରିକେଟର ଭାବେ ତ୍ରିଶତକ ହାସଲ କରିଛନ୍ତି । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୱାର୍ଣ୍ଣରଙ୍କ ଷ୍ଟ୍ରାଇକ ରେଟ ପ୍ରାୟ 80 ରହିଛି।