ହାଇଦ୍ରାବାଦ: ସାରା ବିଶ୍ବରେ କୋରୋନା ଭାଇରସର ପ୍ରଭାବ । କ୍ରୀଡା ଜଗତ ଏକ ପ୍ରକାର ସ୍ତବ୍ଧ ପଡଯାଇଛି । ଆଇସିସି ଦ୍ବାରା ପରିଚାଳିତ ସମସ୍ତ ଟୁର୍ଣ୍ଣାମେଣ୍ଟ ଏବେ ବାତିଲ ହୋଇଛି । ମାତ୍ର ଆଇସିସି ଚୁପ୍ ବସି ନାହିଁ । ନିଜ ଅଫିସିଆଲ ଟ୍ବିଟର ପେଜରେ ଆରମ୍ଭ କରିଛି କ୍ବାରେଣ୍ଟାଇନ ଟୁର୍ଣ୍ଣାମେଣ୍ଟ । "ତୁମର କ୍ବାରେଣ୍ଟାଇନ ପାର୍ଟନର କିଏ" ନାମକ ଏକ ମଜାଦାର ପୋଷ୍ଟ କରିଛି । ଯେଉଁଥିରେ ସାମିଲ ହେଉଛନ୍ତି କ୍ରିକେଟର ଓ କ୍ରିକେଟ ପ୍ରେମୀ । ଆଇସିସିର ଏହି ଟ୍ବିଟକୁ ରିଟ୍ବିଟ କରି ନିଜର କ୍ବାରେଣ୍ଟାଇନ ପାର୍ଟନର ଚୟନ କରୁଛନ୍ତି ।
ଆଇସିସି ଦ୍ବାରା ଆରମ୍ଭ ହୋଇଥିବା ଖେଳରେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମ୍ସନଙ୍କୁ ତାଙ୍କ କ୍ବାରେଣ୍ଟାଇନ ପାର୍ଟନର ଭାବେ ଗ୍ରହଣ କରିଛନ୍ତି । ଆଉ ତାଙ୍କ ସହ ଟିକଟକ୍ ଭିଡିଓ କରୁଥିବା ସେ କହିଛନ୍ତି । ୱାର୍ଣ୍ଣର ଆଇସିସିର ଏହି ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି, ମୁଁ ଏବଂ କେନ୍ ୱିଲିୟମ୍ସନ୍ ଟିକଟକ୍ ଭିଡିଓ କରୁଛି ।