ଓଡିଶା

odisha

ETV Bharat / sports

ହିନ୍ଦୁ ବୋଲି ଦାନିଶ କାନେରିଆଙ୍କୁ ଦିଆଯାଉଥିଲା ମାନସିକ ନିର୍ଯାତନା

ପୂର୍ବତନ ପାକିସ୍ତାନ ସ୍ପିନର ଦାନିଶ କାନେରିଆଙ୍କ ସହ ହେଉଥିବା ପାତର ଅନ୍ତର ନେଇ ମୁହଁ ଖୋଲିଲେ ସୋଏବ ଅଖତର । କହିଲେ ଦାନିଶଙ୍କ ସହ ହିନ୍ଦୁ ହେବା କାରଣରୁ ହୋଇଛି ଅତ୍ୟାଚାର । ଅଧିକ ପଢ଼ନ୍ତୁ...

Danish Kaneria, Shoaib Akhtar, ଦାନିଶ କାନେରିଆଙ୍କ ସହ ହେଉଥିଲା ଅନ୍ୟାୟ, ହିନ୍ଦୁ ବୋଲି ଦାନିଶଙ୍କ ଅତ୍ୟାଚାର, ସୋଏବ ଅଖତରଙ୍କ ବୟାନ, ପୂର୍ବତନ ପାକିସ୍ତାନ ବୋଲର ସୋଏବ ଅଖତର, ପୂର୍ବତନ ପାକିସ୍ତାନ ସ୍ପିନର ଦାନିଶ କାନେରିଆ, mistreatment in Pakistan with danish kaneria
ହିନ୍ଦୁ ବୋଲି ଦାନିଶ କାନେରିଆଙ୍କ ସହ ହେଉଥିଲା ମାନସିକ ଅତ୍ୟାଚାର

By

Published : Dec 27, 2019, 12:01 AM IST

ହାଇଦ୍ରାବାଦ: ପାକିସ୍ତାନ କ୍ରିକେଟର ଦାନିଶ କାନେରିଆଙ୍କ ସହ ହେଉଥିଲା ପାତର ଅନ୍ତର । ହିନ୍ଦୁ ହୋଇଥିବା କାରଣରୁ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା କହିଛନ୍ତି ପୂର୍ବତନ ପାକିସ୍ତାନ ବୋଲର ସୋଏବ ଅଖତର । ଯାହାକୁ ନେଇ ଏବେ ଉପୁଜିଛି ବିବାଦ । ତେବେ ଏହି କଥାକୁ ସ୍ବୀକାର କରିଛନ୍ତି ଦାନିଶ କାନେରିଆ ।

ହିନ୍ଦୁ ବୋଲି ଦାନିଶ କାନେରିଆଙ୍କ ସହ ହେଉଥିଲା ମାନସିକ ଅତ୍ୟାଚାର

ଦାନିଶ କହିଛନ୍ତି ଯେ, ‘ପାକ ଖେଳାଳି ମୋ ସହିତ ଖାଇବାକୁ ଅମଙ୍ଗ ହେଉଥିଲେ କାରଣ ମୁଁ ଜଣେ ମାତ୍ର ହିନ୍ଦୁ ଖେଳାଳି ଥିଲେ । ସୋଏବ ଅଖତର ଠିକ କହିଛନ୍ତି । ମୁଁ ସେହି ଖେଳାଳିଙ୍କ ନା କହିବି ଯେଉଁମାନେ ମୋ ହିନ୍ଦୁ ହେବା କାରଣରୁ ମୋ ସହ କଥାବାର୍ତ୍ତା କରୁ ନଥିଲେ । ସେତେବେଳେ କହିବାକୁ ସାହସ ହେଉ ନଥିଲା କିନ୍ତୁ ଏବେ ମୁଁ କହିବି ସେମାନଙ୍କ ନାଁ ।

ସୂଚନା ଯୋଗ୍ୟ ଯେ ସୋଏବ ଅଖତର ଏକ ଚାଟ ଶୋ ରେ କହିଛନ୍ତି ଯେ ପୂର୍ବତନ ସ୍ପିନର ଦାନିଶ କାନେରିଆ ହିନ୍ଦୁ ହୋଇଥିବା କାରଣରୁ ପାକିସ୍ତାନୀ କ୍ରିକେଟ ଟିମ ତାଙ୍କ ସହ ପାତର ଅନ୍ତର କରୁଥିଲେ ।

ସେ କହିଛନ୍ତି, ‘ମୋ କ୍ୟାରିଅର ମୋର ଦୁଇ ତିନି ଜଣଙ୍କ ସହ ଝଗଡା ହୋଇଛି । ଯେତେବେଳେ ସେମାନେ କରାଚି, ପେଶାୱର, ପଞ୍ଜାବର କଥା ହେଉଥିଲେ ମତେ ବହୁତ ରାଗ ଲାଗୁଥିଲା । ଯଦି ଜଣେ ହିନ୍ଦୁ ତାହେଲେ ଅସୁବିଧା କେଉଁଠି, ସେ ଖେଳିବ ନିଶ୍ଚୟ । ସେହି ହିନ୍ଦୁ ହିଁ ତୁମକୁ ଟେଷ୍ଟ ସିରିଜ ଜିତାଇଛି ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ କଥା ସାମ୍ନାକୁ ଆସିଯିବ ତଥାପି କହୁଛି, କିଛି ଖେଳାଳି ମେତେ କହିଥିଲେ ଯେ ଦାନିଶ ଏଠାରୁ କାହଁକି ଖାଇବା ନେଉଛି । ମୁଁ କହିଲି ମୁଁ ତୁମକୁ ଏଠାରୁ ଉଠାଇ ବାହାରକୁ ଫୋପାଡି ଦେବି । କ୍ୟାପ୍ଟେନ ତୁମେ ନିଜ ଘରେ ହୋଇଥିବା । ସେ ତୁମକୁ 6-6ଟି ୱିକେଟ ଆଣି ଦେଇଛି । ଇଂଲଣ୍ଡରେ ଦାନିଶ ଓ ସାମି ହିଁ ଆମକୁ ସିରିଜ ଜିତାଇ ଥିଲେ । ଦାନିଶ ହିନ୍ଦୁ ଥିଲା ବୋଲି ତା ସହିତ ବହୁତ ଅନ୍ୟାୟ ହୋଇଛି । ଅନେକ ଖେଳାଳି ତା ସହ ଖାଇବାକୁ ବି ପସନ୍ଦ କରୁ ନଥିଲେ । ’

62 ଟେଷ୍ଟରେ 261 ୱିକେଟ ନେଇଥିବା କାନେରିଆ ପାକିସ୍ତାନର ଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରୁ ଜଣେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details