ହାଇଦ୍ରାବାଦ: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ ଭିଟୋରୀ ଏକ ଇଣ୍ଟରଭିୟ୍ୟୁରେ ଭାରତୀୟ ଖେଳାଳିଙ୍କ ଠାରୁ ଆରମ୍ଭ କରି ଭାରତୀୟ ଖାଦ୍ୟ ବିଷୟରେ ଆଲେଚନା କରିଛନ୍ତି ।
ସେ କହିଛନ୍ତି ଯେ, ରାହୁଲ ଦ୍ରାବିଡ ସାମ୍ନାରେ ବୋଲିଂ କରିବାବେଳେ ଅସୁବିଧା ହୋଇଥାଏ । ବିରାଟ କୋହଲି ଏପରି ଖେଳାଳି ଯାହାଙ୍କୁ ମୋ ଟିମରେ ରଖିବାକୁ ଚାହିଁବି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଡିସ୍ ମଧ୍ୟରେ ଡାଲ ମଖନି ମତେ ପସନ୍ଦ ବୋଲି କହିଛନ୍ତି ।
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@ESPNcricinfo
2015 ଆଇସିସି ବିଶ୍ବକପ ପରେ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଡାନିଏଲ ଭିଟୋରୀ । ସୂଚନାଥାଉକି, ଡାନିଏଲ 2007 ରୁ 2011 ଯାଏଁ ଟିମ୍ର ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି । ନିଜ ଦେଶ ପାଇଁ ସେ ସର୍ବାଧିକ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଦେଶ ପାଇଁ 113ଟି ଟେଷ୍ଟ ମ୍ୟାଚ ଖେଳିବା ସହ ଓ 362ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।
ଏବେ ସେ ବାଂଲାଦେଶ କ୍ରିକେଟ ଟିମର ସ୍ପିନ ବୋଲିଂ କୋଚ ରୂପେ ଦାୟିତ୍ବ ତୁଲାଉଛନ୍ତି ।