ଓଡିଶା

odisha

ETV Bharat / sports

ଆଇପିଏଲ 2020: ଆଜିଠୁ ଚେନ୍ନାଇ ସୁପରକିଙ୍ଗ୍ସର ଅଭ୍ୟାସ - ଚେନ୍ନାଇ ସୁପରକିଙ୍ଗ୍ସର ଅଭ୍ୟାସ

କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଦୁଇ ଖେଳାଳି ଦୀପକ ଚହର ଓ ରୁତୁରାଜ ଗାଏକ୍ବାଡଙ୍କ ବ୍ୟତୀତ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ସମେତ ଚେନ୍ନାଇ ସୁପରକିଙ୍ଗ୍ସର ସଂପୂର୍ଣ୍ଣ ସ୍କ୍ବାଡ ଅଭ୍ୟାସ ଆରମ୍ଭ କରିବେ ।

CSK to start training today; no words on Harbhajan Singh
ଆଇପିଏଲ 2020: ଆଜିଠୁ ଚେନ୍ନାଇ ସୁପରକିଙ୍ଗ୍ସର ଅଭ୍ୟାସ

By

Published : Sep 4, 2020, 3:36 PM IST

ଦୁବାଇ: ଆଇପିଏଲ 2020 ପାଇଁ ୟୁଏଇରେ ଆଜିଠୁ ଅଭ୍ୟାସ ଆରମ୍ଭ କରିବ ଚେନ୍ନାଇ ସୁପର କିଙ୍ଗ୍ସ । କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଦୁଇ ଖେଳାଳି ଦୀପକ ଚହର ଓ ରୁତୁରାଜ ଗାଏକ୍ବାଡଙ୍କ ବ୍ୟତୀତ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ସମେତ ଚେନ୍ନାଇ ସୁପରକିଙ୍ଗ୍ସର ସଂପୂର୍ଣ୍ଣ ସ୍କ୍ବାଡ ଅଭ୍ୟାସ ଆରମ୍ଭ କରିବେ ।

ଶୁକ୍ରବାର ସନ୍ଧ୍ୟାରେ ଖେଳାଳିଙ୍କ ତୃତୀୟ ରାଉଣ୍ଡ କୋଭିଡ ଟେଷ୍ଟ କରାଯାଇଥିଲା । ରିପୋର୍ଟ ନେଗେଟିଭ ପରେ ଅଭ୍ୟାସ ପାଇଁ ଅନୁମତି ମିଳିଛି । ଏହି ଫଳାଫଳ ଫ୍ରାଞ୍ଚାଇଜ ପାଇଁ ଆଶ୍ବସ୍ଥିକର ହୋଇଛି ପୂର୍ବରୁ ଗତ ସପ୍ତାହରେ ଟିମର 13 ସଦସ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ । ଏହି 13 ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସମସ୍ତ ସଦସ୍ୟଙ୍କର ରିପୋର୍ଟ 3ୟ ଥର ପାଇଁ ନେଗେଟିଭ ରହିଛି । ପଜିଟିଭ ଚିହ୍ନଟ ହୋଇଥିବା ଦୁଇ ଖେଳାଳିଙ୍କର ଦୁଇ ସପ୍ତାହର ଆଇସୋଲେସନ ସମୟ ଶେଷ ପରେ ପୁନର୍ବାର ଟେଷ୍ଟ ହେବ । ସିଏସକେ ସିଇଓ କେଏସ ବିଶ୍ବନାଥନ ଏନେଇ ସୂଚନା ଦେଇଛନ୍ତି ।

ଦୀପକ ଓ ରୁତୁରାଜଙ୍କୁ ଆଉ ଦୁଇଥର କୋଭିଡ-19 ଟେଷ୍ଟ ରିପୋର୍ଟ ନେଗେଟିଭ ହେବା ପରେ ଅଭ୍ୟାସ ପାଇଁ ଅନୁମତି ମିଳିବ । ତେବେ ସ୍ପିନର ହରଭଜନ ସିଂହଙ୍କୁ ନେଇ ଏବେବି ଚିତ୍ର ଅସ୍ପଷ୍ଟ ରହିଛି ।

ଆଇପିଏଲର 13ତମ ସଂସ୍କରଣ ସେପ୍ଟେମ୍ବର 19ରୁ ଆରମ୍ଭ ହେବ । ଦୁବାଇ, ସାରଜାହ ଓ ଆବୁଧାବିରେ ଟୁର୍ଣ୍ଣାମେଣ୍ଟର ମ୍ୟାଚ ସବୁ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details