ହାଇଦ୍ରାବାଦ:ଚେନ୍ନାଇ ସୁପର କିଙ୍ଗ୍ସରେ ସାମିଲେ ହେଲେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେସନ ବେହେନଟ୍ରଫ । ଜସ ହେଜଲଉଡଙ୍କ ବଦଳ ଖେଳାଳି ଭାବେ ବେହେନଟ୍ରଫଙ୍କୁ କିଣିଛି ସିଏସକେ ।
ପୂର୍ବରୁ ହେଜେଲଉଡ ଇଣ୍ଡିଆନ ପ୍ରିମିୟର ଲିଗ 2021ରୁ ଓହରିବା ସହ ଅଷ୍ଟ୍ରେଲିଆ ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ପ୍ରସ୍ତୁତି କରିବାକୁ ଚାହାନ୍ତି କହିଥିଲେ ।
ବେହେନଟ୍ରଫଙ୍କ ଏହା ଦ୍ବିତୀୟ ଆଇପିଏଲ ହେବ । ପୂର୍ବରୁ 2019ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିସାରିଛନ୍ତି । ମୁମ୍ବାଇ ପକ୍ଷରୁ 5ଟି ମ୍ୟାଚ ଖେଳି 5ଟି ୱିକେଟ ଅକ୍ତିଆର କରିଛନ୍ତି ।