ଓଡିଶା

odisha

ETV Bharat / sports

ଧୋନିଙ୍କ ସନ୍ୟାସକୁ ନେଇ ସିଏସ୍‌କେ କୋଚଙ୍କ ମତ - retirement

ଧୋନି 2019 ବିଶ୍ବକପ୍‌ ଖେଳିବାକୁ ଚାହାନ୍ତି, କିନ୍ତୁ ସେ ଏହା ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବେ କି ନାହିଁ ତାହା ସୁନିଶ୍ଚିତ ହୋଇନାହିଁ, ବୋଲି କହିଛନ୍ତି ଫ୍ଲେମିଙ୍ଗ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ChennaiIPL

By

Published : Mar 26, 2019, 10:09 AM IST

ନୂଆଦିଲ୍ଲୀ: ହୁଏତ ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ ତାଙ୍କ ଅନ୍ତରାଷ୍ଟ୍ରୀୟ କ୍ରିକେଟର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି, କିନ୍ତୁ ପଡିଆରେ ତାଙ୍କ ଫୁର୍ତି ଦେଖିଲେ ଆଜି ବି ଲାଗେ ସେ ଏବେ କ୍ରିକେଟ ଖେଳିବା ଆରମ୍ଭ କରିଛନ୍ତି। 37 ବର୍ଷୀୟ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଧୋନି ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇ ସାରିଛନ୍ତି। ବର୍ତ୍ତମାନ କେବଳ ସୀମିତ ଓଭର କ୍ରିକେଟରେ ହିଁ ତାଙ୍କୁ ଦେଖିବାକୁ ମିଳିଥାଏ। ତେବେ ଟି-20ରେ ମଧ୍ୟ ତାଙ୍କୁ କେବେ ଟିମ ଭିତରେ ତ କେବେ ଟିମ ବାହାରେ ଦେଖିବାକୁ ମିଳୁଛି। କ୍ରିକେଟ ଜଗତରେ ଏବେ ଚର୍ଚ୍ଚା ହେଉଛି ଯେ 2019 ବିଶ୍ୱକପ୍ ପରେ ଧୋନି କ୍ରିକେଟ ଜଗତରୁ ବିଦାୟ ନେବେ। ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସର କୋଚ ସ୍ଟିଫେନ ଫ୍ଲେମିଙ୍ଗଙ୍କୁ ଯେତେବେଳେ ଧୋନିଙ୍କ ଭବିଷ୍ୟତ ବିଷୟରେ ପଚରା ଗଲା, ସେ ମଧ୍ୟ ଅନିଶ୍ଚିତତା ମଧ୍ୟରେ ଥିଲେ। ଧୋନି 2019 ବିଶ୍ବକପ୍‌ ଖେଳିବାକୁ ଚାହାନ୍ତି, କିନ୍ତୁ ସେ ଏହା ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବେ କି ନାହିଁ ତାହା ସୁନିଶ୍ଚିତ ହୋଇନାହିଁ, ବୋଲି କହିଛନ୍ତି ଫ୍ଲେମିଙ୍ଗ।

ଫ୍ଲେମିଙ୍ଗଙ୍କ ଏପରି ଉତ୍ତର ପରେ ଧୋନିଙ୍କ କ୍ରିକେଟ କ୍ୟାରିଅରକୁ ନେଇ ପୁଣି ଥରେ ଚର୍ଚ୍ଚା ହେବାରେ ଲାଗିଛି। ସଙ୍କେତ ଏପରି ମିଳୁଛି ଯେ 2019 ବିଶ୍ୱକପ ଧୋନିଙ୍କ ଶେଷ ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ହେବ। କିନ୍ତୁ ସିଏସକେ କୋଚ ଫ୍ଲେମିଙ୍ଗ ଚାହାନ୍ତି ଯେ ଧୋନି ଆହୁରି ଗୋଟିଏ ବର୍ଷ କ୍ରିକେଟ ଖେଳନ୍ତୁ। ଫ୍ଲେମିଙ୍ଗଙ୍କୁ ଯେତେବେଳେ ପଚରା ଗଲା ଯେ ଧୋନିଙ୍କ ଅବସରନେଇ ସେ କ’ଣ କହିବେ, ଫ୍ଲେମିଙ୍ଗ କହିଛନ୍ତି ‘ସେ ବିଷୟରେ ମୁଁ ଜାଣିନି କିନ୍ତୁ ମୁଁ ଆଶା କରେ କି ସେ ବିଶ୍ୱକପରେ ଖେଳିବେ, ତାପରେ ସେ କ’ଣ କରିବାକୁ ଚାହାନ୍ତି ତାହା ମୁଁ ମଧ୍ୟ ଜାଣିନାହିଁ। ଆମେ ଏବିଷୟରେ କଥା ହୋଇନାହୁଁ। ଆମେ ପ୍ରାୟତଃ ସେ ବିଶ୍ୱକପ୍‌ରେ ଖେଳିପାରିବେ କି ନାହିଁ ସେ ନେଇ ଆଲେଚନା କରୁ।’

ତେବେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମ୍ୟାଚରେ ଋଷଭ ପନ୍ତ ଚମତ୍କାର ପ୍ରଦର୍ଶନ କରିଛନ୍ତି, ତେଣୁ ତାଙ୍କୁ ବିଶ୍ୱକପ ଟିମରେ ସାମିଲ କରିବାର ରଣନୀତି ନିଶ୍ଚିତ ରହିଥିବ। କିନ୍ତୁ କେବଳ ପନ୍ତ ନୁହେଁ ଅନେକ ଖେଳାଳିଙ୍କ ଉପରେ ନଜର ରହିବ।

ABOUT THE AUTHOR

...view details