ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ ସିଇଓ କାଶୀ ବିଶ୍ବନାଥନ ଧୋନିଙ୍କୁ ପ୍ରଶଂସା କରି କରିଛନ୍ତି ଓ ସମସ୍ତେ କାହିଁକି ତାଙ୍କୁ ‘ଥାଲା’ ଡାକନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି ।
ଧୋନିଙ୍କ ଅଧିନାୟକତ୍ବରେ ଚେନ୍ନାଇ ସୁପର ଧୋନିଙ୍କ ତତ୍ତ୍ବାବଧାନରେ ଚେନ୍ନାଇ ଇଣ୍ଡିଆନ ପ୍ରିମିୟର ଲିଗର ପ୍ରତ୍ୟେକ ସଂସ୍କରଣର ପ୍ଲେ ଅଫରେ ପହଁଞ୍ଚିଥିଲା ଏବଂ ତିନି ଥର ଟାଇଟଲ ମଧ୍ୟ ଜିତିଥିଲା ।
ଷ୍ଟାର ସ୍ପୋର୍ଟ୍ସ ତାମିଲ ଶୋରେ ବିଶ୍ବନାଥନ୍ କହିଛନ୍ତି, ‘‘କେବଳ ଗୋଟିଏ କଥା, ମୁଁ ଜାଣିଥିଲି ଯେ ସେ (ଧୋନି) ନିଜେ ଦଳରୁ ଶ୍ରେଷ୍ଠ ବାହାର କରିବାକୁ ସକ୍ଷମ ଅଟନ୍ତି। ସେ ଦଳର ଯେକୌଣସି ସଦସ୍ୟଙ୍କ ମଧ୍ୟରୁ ସର୍ବୋତ୍ତମ ପ୍ରଦର୍ଶନ ନେବାରେ ସକ୍ଷମ ଅଟନ୍ତି। ସେଥିପାଇଁ ଆମେ ତାଙ୍କୁ ଥାଲା ବୋଲି କହୁ।’’