ଓଡିଶା

odisha

ETV Bharat / sports

ଡିକକ୍ ଦକ୍ଷିଣ ଆଫ୍ରିକା ଟେଷ୍ଟ କ୍ୟାପଟେନ ନିଯୁକ୍ତ - କ୍ୟାପଟେନ କ୍ବିଣ୍ଟନ ଡି କକ୍

2020-21 ସଂସ୍କରଣ ପାଇଁ ଦକ୍ଷିଣ ଆଫ୍ରିକାର ଟେଷ୍ଟ କ୍ୟାପଟେନ ହେଲେ ୱିକେଟକିପର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡି କକ୍ । ଅଧିକ ପଢନ୍ତୁ...

CSA name De Kock Test captain for 2020/21 season; pick squad for SL series
ଡିକକ୍ ଦକ୍ଷିଣ ଆଫ୍ରିକା ଟେଷ୍ଟ କ୍ୟାପଟେନ ନିଯୁକ୍ତ

By

Published : Dec 11, 2020, 4:43 PM IST

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଟେଷ୍ଟ କ୍ୟାପଟେନ ହେଲେ ୱିକେଟକିପର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡି କକ୍ । 2020-21 ସଂସ୍କରଣ ପାଇଁ କ୍ରିକେଟର ଲମ୍ବା ଫର୍ମାଟରେ ଡି କକ୍ଙ୍କୁ କ୍ୟାପଟେନ ଭାର ଦେଇଛି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ।

ଏଥିସହ ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ସ୍କ୍ବାଡ ଘୋଷଣା କରିଛି ବୋର୍ଡ। ପୂର୍ବରୁ ଦକ୍ଷିଣ ଆଫ୍ରିକାର ସୀମିତ ଓଭର କ୍ରିକେଟ କ୍ୟାପଟେନ ରହିଛନ୍ତି ଡିକକ୍ ।

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ(WTC) ଅନ୍ତର୍ଭୁକ୍ତ ଏହି ସିରିଜ ଖେଳାଯିବ ।

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ସ୍କ୍ବାଡ: କ୍ବିଣ୍ଟନ ଡିକକ୍(କ୍ୟାପଟେନ), ତେମ୍ବା ବାଭୁମା, ଆଡେନ ମାକ୍ରମ, ଫାପ ଡୁ ପ୍ଲେସିସ, ବେୟୁରାନ ହେଣ୍ଡ୍ରିକ୍ସ, ଡିନ ଏଲଗାର, କେଶବ ମହାରାଜ, ଲୁଙ୍ଗି ନିଙ୍ଗିଡି, ରସି ଭାନ ଡର ଡସନ, ସାରେଲ ଏରୱି, ଆନରିଚ ନର୍ଟଜେ, ଗ୍ଳେଣ୍ଟନ ସ୍ଟୁରମାନ, ୱିଆନ ମୁଲଦର, କିଗାନ ପ୍ରିଷ୍ଟନ, କେଲ ଭେରିନ.

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details