ଓଡିଶା

odisha

ETV Bharat / sports

ଜମ୍ମୁ କାଶ୍ମୀରରେ କ୍ରୀଡା ପରାମର୍ଶଦାତା ସାଜିବେ ରାଇନା - କ୍ରିକେଟର ସୁରେଶ ରୈନା

ସ୍ଥାନୀୟ ଯୁବକଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବା ସହ ପ୍ରତିଭାବାନ କ୍ରୀଡାବିତଙ୍କୁ ଉତ୍ସାହିତ କରିବାକୁ ରାଇନା ଇଚ୍ଛାପ୍ରକାଶ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

cricketer suresh raina discussed with J&K DGP Dilbag Singh in Srinagar
ଜମ୍ମୁ-କାଶ୍ମୀରରେ କ୍ରୀଡା ପରାମର୍ଶଦାତା ସାଜିବେ ରୈନା

By

Published : Sep 18, 2020, 4:02 PM IST

ହାଇଦ୍ରାବାଦ: ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଗୋଟିଏ ମାସ ପରେ, ବାମହାତୀ ବ୍ୟାଟ୍ସମ୍ୟାନ ରାଇନା ଶୁକ୍ରବାର ଶ୍ରୀନଗରରେ ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଓ ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂଙ୍କୁ ଭେଟିଛନ୍ତି । ରାଇନା ଘାଟି ଅଞ୍ଚଳର ଯୁବକଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବା ସହ ପ୍ରତିଭାବାନ କ୍ରୀଡାବିତଙ୍କୁ ଉତ୍ସାହିତ କରିବା କାର୍ଯ୍ୟ କରିବେ ବୋଲି ଜଣାପଡିଛି ।

ଜମ୍ମୁ କାଶ୍ମୀର ଉପରାଜ୍ୟପାଳ-ଡିଜିପିଙ୍କୁ ଭେଟିଲେ କ୍ରିକେଟର ସୁରେଶ ରୈନା

33 ବର୍ଷୀୟ ରାଇନାଙ୍କ ପ୍ରକୃତ ଘର ଶ୍ରୀନଗରର ରାଇନାୱାରି ଅଞ୍ଚଳରେ । ଚଳିତ ବର୍ଷ ଅଗଷ୍ଟ 26ରେ ଜମ୍ମୁ-କାଶ୍ମୀର ପୋଲିସ ଡିଜିପି ଦିଲବାଗ ସିଂ ଓ ଅନନ୍ତନାଗର ସିନିୟର ଏସପି ସନ୍ଦୀପ ସିଂଙ୍କୁ ଏକ ଚିଠି ଲେଖିଥିଲେ । ଚିଠିରେ ଘାଟି ଅଞ୍ଚଳର ସ୍ଥାନୀୟ ଯୁବକଙ୍କୁ କ୍ରିକେଟ ଓ ଅନ୍ୟ କ୍ରୀଡା ପ୍ରତି ଉତ୍ସାହ ବୃଦ୍ଧି କରିବାକୁ ସେ ଚାହାନ୍ତି ବୋଲି ଦର୍ଶାଇଥିଲେ ।

ଶୁକ୍ରବାର, ଉପ-ରାଜ୍ୟପାଳ ମନୋଜ ସିହ୍ନା ଓ ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂଙ୍କ ସହ ବୈଠକ ପରେ ରାଇନା ସକରାତ୍ମକ ପ୍ରତିକ୍ରିୟା ରଖିଛନ୍ତି । ସମସ୍ତେ ମିଶି ଜମ୍ମୁ-କାଶ୍ମୀରର କ୍ରୀଡା କ୍ଷେତ୍ରର ବିକାଶ ପାଇଁ ଏକ ଉପଯୋଗୀ କ୍ଷେତ୍ର ପ୍ରସ୍ତୁତ କରିବାକୁ ସେ ଟ୍ବିଟ ଯୋଗେଁ ଆହ୍ବାନ କରିଛନ୍ତି ।

ଜମ୍ମୁ କାଶ୍ମୀର ଉପରାଜ୍ୟପାଳ-ଡିଜିପିଙ୍କୁ ଭେଟିଲେ କ୍ରିକେଟର ସୁରେଶ ରୈନା

ସ୍ଥାନୀୟ ଯୁବକଙ୍କୁ କ୍ରୀଡାପ୍ରତି ଆକୃଷ୍ଟ କରିବାକୁ ପୋଲିସ ସହ ମିଶି ଉତ୍ସାହିତ କରିବାକୁ ଡିଜିପି ଦିଲବାଗ ସିଂଙ୍କ ସହ ଯୋଜନା କରିଥିବା ଜଣାପଡିଛି । ସ୍ଥାନୀୟ କିଛି କ୍ରିକେଟ ଟିମର ପରାମର୍ଶଦାତା ଭାବେ କାର୍ଯ୍ୟ କରିବାକୁ ରାଇନା ଯୋଜନା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

15 ବର୍ଷର କ୍ରିକେଟ କ୍ୟାରିୟରରେ 35.31 ହାରରେ 5,615 ଅନ୍ତର୍ଜାତୀୟ ଦିନିକିଆ ରନ ସଂଗ୍ରହ କରିଛନ୍ତି । ଏଥିମଧ୍ୟରେ 5ଟି ଶତକ ଓ 36ଟି ଅର୍ଦ୍ଧଶତକୀୟ ଇଂନିସ ରହିଛି ।

ରାଇନା ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରମୁଖ ସଦସ୍ୟ ରହିଥିଲେ । ତେବେ ଟିମର କିଛି ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ଏବଂ ତାଙ୍କ ସମ୍ପର୍କୀୟଙ୍କ ପରିବାର ଉପରେ ଆକ୍ରମଣ ପାଇଁ ଆଇପିଏଲରୁ ଓହରିବା ସହ ୟୁଏଇରୁ ଭାରତ ଫେରିଆସିଥିଲେ । ଫଳରେ ଅଗଷ୍ଟ 15 ସ୍ବାଧୀନତା ଦିବସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅଲବିଦା କହିଥିବା ରୈନା ଚର୍ଚ୍ଚାରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details