ଓଡିଶା

odisha

ETV Bharat / sports

ବ୍ଲଡ କ୍ୟାନସର ବିରୋଧୀ ଲଢେଇରେ ରାଇନା ସାମିଲ

ପୂର୍ବତନ କ୍ରିକେଟର ସୁରେଶ ରାଇନା ଦେଶରେ ବ୍ଲଡ୍‌ କ୍ୟାନସର ସଚେତନତା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି । ଅଧିକ ପଢନ୍ତୁ...

Cricketer Suresh Raina comes forward to support blood cancer patients
ବ୍ଲଡ କ୍ୟାନସର ବିରୋଧୀ ଲଢେଇରେ ରାଇନା ସାମିଲ

By

Published : Mar 25, 2021, 10:48 PM IST

ନୂଆଦିଲ୍ଲୀ:ପ୍ରାୟ 13 ବର୍ଷ ଭାରତକୁ ପ୍ରତିନିଧିତ୍ବ କରିବାପରେ ପୂର୍ବତନ କ୍ରିକେଟର ସୁରେଶ ରାଇନା ଦେଶରେ ବ୍ଲଡ୍‌ କ୍ୟାନସର ନେଇ ସଚେତନତା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି ।

ବ୍ଲଡ୍‌ କ୍ୟାନସର ବିରୋଧରେ ଲଢେଇ ଓ ଥାଲାସେମିଆ ଓ ଆପ୍ଲାଷ୍ଟିତ ଆନେମିଆ ଭଳି ରୋଗ ବିରୋଧରେ କାର୍ଯ୍ୟରତ DKMS BMST ଫାଉଣ୍ଡେସନ ନନ୍‌-ଫ୍ରଫିଟ ସଂସ୍ଥା ସହ ଯୋଡି ହୋଇଛନ୍ତି ରାଇନା ।

ହେମୋଟୋଲୋଜିକାଲ କ୍ୟାନସର ମାମଲାରେ ବିଶ୍ବରେ 3ୟ ସ୍ଥାନରେ ରହିଛି ଭାରତ । ପ୍ରତିବର୍ଷ ଏହି ରୋଗରେ ଭାରତରେ 70 ହଜାର ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି ଓ ଏକ ଲକ୍ଷରୁ ଅଧିକ ବ୍ଲଡ କ୍ୟାନସରରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏପରିକି ପ୍ରତ୍ୟେକ 5 ମିନିଟରେ ଦେଶରେ କେହି ନା କେହି ଏହି ରୋଗରେ ଚିହ୍ନଟ ହେଉଛନ୍ତି ଓ ଚିନ୍ତାର ବିଷୟ ଏହା ଯେ ଚିହ୍ନଟ ମାମଲା ମଧ୍ୟ ଅଧିକାଂଶ ଯୁବକ ଓ କମ ବୟସର ।

ରାଇନା ଏକ ଭିଡିଓ ଜାରି କରିବା ସହ ସମସ୍ତ ଭାରତୀୟଙ୍କୁ ବ୍ଲଡ ଷ୍ଟିମ ସେଲ ଡୋନରରେ ପଞ୍ଜିକୃତ କରିବାକୁ ଅପିଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details