ଓଡିଶା

odisha

By

Published : Oct 20, 2019, 3:23 PM IST

ETV Bharat / sports

କ୍ରିକେଟକୁ ଅଲବିଦା କହିଲେ ହଳଧର

କ୍ରିକେଟରୁ ସନ୍ୟାସ ନେଲେ ହଳଧର ଦାସ । ହଳଧର ଓଡିଶା ଟିମ୍‌ରେ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ଭାବେ ସ୍ଥାନ ପାଇଥିଲେ । କ୍ରିକେଟରୁ ସନ୍ୟାସ ନେଉଥିବା ନେଇ ସେ ଆଜି ଓସିଏ ସମ୍ପାଦକଙ୍କୁ ବିଧିବଦ୍ଧ ଭାବେ ଚିଠି ଲେଖି ଜଣାଇଛନ୍ତି ।

ଫାଇଲ ଫଟୋ

କଟକ: କ୍ରିକେଟରୁ ସନ୍ୟାସ ନେଲେ ହଳଧର ଦାସ । ଦୀର୍ଘ ଦିନ ଧରି ଓଡିଶା ଦଳରୁ ଖେଳିଆସୁଥିବା ହଳଧର ଆଜି କ୍ରିକେଟକୁ ଅଲବିଦା କରିଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରୁ ନିଜକୁ ଆଜି ଅଲବିଦା କହିଛନ୍ତି ସେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ


ଏନେଇ ଆଜି ଓସିଏ ସମ୍ପାଦକଙ୍କୁ ବିଧିବଦ୍ଧ ଭାବେ ଚିଠି ଯୋଗେ ଜଣାଇଛନ୍ତି ସେ । ହଳଧର ଓଡିଶା ଟିମ୍‌ରେ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ଭାବେ ସ୍ଥାନ ପାଇଥିଲେ । ସେ 1999 ମସିହାରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ।

2006 ମସିହାରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିବାବେଳେ 2009 ମସିହାରେ ତାଙ୍କର ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ ଥିଲା । ଏଥିରେ ସେ 29ଟି ମ୍ୟାଚ୍‌ ଖେଳି ଥିବାବେଳେ ସମୁଦାୟ 1407 ରନ କରିଥିଲେ । ଯେଉଁଥିରେ 2ଟି ଶତକ ସାମିଲ ରହିଛି । ତେବେ ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି 144 ରନ୍‌ । ଏହା ସହ ସେ 90ଟି କ୍ୟାଚ୍‌ ଧରିବା ସହ 4ଟି ଷ୍ଟମ୍ପିଂ କରିଛନ୍ତି ।

ସେହିପରି 2006 ମସିହାରେ ଲିଷ୍ଟ ‘ଏ’ ମ୍ୟାଚ୍‌ ଖେଳିଥିବାବେଳେ 2010ରେ ସେ ଶେଷ ଲିଷ୍ଟ ‘ଏ’ ମ୍ୟାଚ୍‌ ଖେଳିଥିଲେ । ଲିଷ୍ଟ ଏରେ ମୋଟ୍‌ 23 ଟି ମ୍ୟାଚ୍‌ ଖେଳିଥିବାବେଳେ 582 ରନ୍‌ କରିଛନ୍ତି । ଏହା ସହ 28ଟି କ୍ୟାଚ୍‌ ଓ 6ଟି ଷ୍ଟମ୍ପିଂ ମଧ୍ୟ ତାଙ୍କ ଖାତାରେ ରହିଛି ।ଅନ୍ୟପଟେ 9 ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳି ସେ 36 ରନ କରିବା ସହ 9ଟି କ୍ୟାଚ୍‌ ଧରିବା ସହ ଓ 4ଟି ଷ୍ଟମ୍ପିଂ କରିଛନ୍ତି ।

ଏସବୁ ବାଦ ସେ ଆଇପିଏଲରେ ଡେକାନ ଚାର୍ଜସ ପକ୍ଷରୁ ମଧ୍ୟ ଖେଳିବାର ସୁଯୋଗ ହାସଲ କରିଥିଲେ ।

ABOUT THE AUTHOR

...view details