ଓଡିଶା

odisha

By

Published : Mar 17, 2020, 11:56 AM IST

ETV Bharat / sports

କୋରୋନା ଭୟ: ଦକ୍ଷିଣ ଆଫ୍ରିକାରେ ସମସ୍ତ ପ୍ରକାର କ୍ରିକେଟ ବାତିଲ

କ୍ରିକେଟ ଦକ୍ଷିଣ ଆଫ୍ରିକା (CSA)ଦେଶରେ ସମସ୍ତ ପ୍ରକାର କ୍ରିକେଟକୁ ବାତିଲ କରିଛି । ଅଧିକ ପଢନ୍ତୁ...

Cricket South Africa terminates all cricket
ଦକ୍ଷିଣ ଆଫ୍ରିକାରେ ସମସ୍ତ ପ୍ରକାର କ୍ରିକେଟ ବାତିଲ

ଜୋହାନ୍ସବର୍ଗ: କ୍ରିକେଟ ପାଇଁ କାଳ ହୋଇଛି ମହାମାରୀ କୋରୋନା । କ୍ରିକେଟ ଜଗତ ଏହି ଭାଇରସରେ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ଏକାଧିକ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ବାତିଲ ହୋଇସାରିଛି । ଭାରତ, ୱେଷ୍ଟଇଣ୍ଡିଜ ଭଳି ଏକାଧିକ କ୍ରିକେଟ ବୋର୍ଡ ଦେଶରେ ସମସ୍ତ ପ୍ରକାର କ୍ରିକେଟକୁ ବାତିଲ ନିଷ୍ପତ୍ତି କରିଛନ୍ତି ।

ଏହି କ୍ରମରେ ଆଉ ଏକ ଦେଶ ଯୋଡି ହୋଇଛି । କ୍ରିକେଟ ଦକ୍ଷିଣ ଆଫ୍ରିକା (CSA)ଦେଶରେ ସମସ୍ତ ପ୍ରକାର କ୍ରିକେଟକୁ ବାତିଲ କରିଛି ।

ସମସ୍ତ ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ, ଲିଷ୍ଟ-ଏ କ୍ରିକେଟକୁ ମଧ୍ୟ ବାତିଲ କରିଦିଆଯାଇଛି । ଏନେଇ କ୍ରିକେଟ ଦକ୍ଷିଣ ଆଫ୍ରିକାର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ସୂଚନା ଦେଇଛନ୍ତି । ନିକଟରେ ଦକ୍ଷିଣ ଆଫ୍ରିକା ଦଳର ଭାରତ ଗସ୍ତ ବାତିଲ ହେବାପରେ କ୍ୱିଣ୍ଟନ ଡିକକ୍‌ ଙ୍କ ଦଳ ସ୍ୱଦେଶ ଫେରିଯାଇଛି ।

ABOUT THE AUTHOR

...view details