ଜୋହାନ୍ସବର୍ଗ: କ୍ରିକେଟ୍ ଦକ୍ଷିଣ ଆଫ୍ରିକା ‘ବ୍ଲାକ ଲାଇଭସ୍ ମ୍ୟାଟର' ଆନ୍ଦୋଳନକୁ ସମର୍ଥନ ଜଣାଇ କହିଛି ଯେ ସେମାନେ ସମସ୍ତ ପ୍ରକାର ଭେଦଭାବ ସହିତ ଜଡିତ ବିଷୟ ଉପରେ ଅନ୍ୟମାନଙ୍କୁ ଶିକ୍ଷା ଦେବା ତଥା ଶୁଣିବା ପାଇଁ ଏକ ଜାତୀୟ କ୍ରୀଡ଼ା ସଂସ୍ଥା ଭାବରେ ନିଜକୁ ବ୍ୟବହାର କରିବେ ।
ବ୍ଲାକ ଲାଇଭସ୍ ମ୍ୟାଟର । ଏହା ଖୁବ ସହଜ । ଆମେ ଏକ ଜାତୀୟ କ୍ରୀଡ଼ା ସଂସ୍ଥା ଯାହା 56 ମିଲିୟନ ଲୋକଙ୍କ ପ୍ରତିନିଧିତ୍ବ କରୁ । ତେଣୁ ଏହା ଗୁରୁତ୍ବପୂର୍ଣ୍ଣ ଯେ ଆମେ ଆମ ସ୍ବରକୁ ଶିକ୍ଷା ଦେବା ପାଇଁ ବ୍ୟବହାର କରିବା ସହ ଅନ୍ୟନ୍ୟା ବିଷୟ ଗୁଡ଼ିକ ଶୁଣିବୁ ଯାହା ସମସ୍ତ ପ୍ରକାର ଭେଦଭାବ ସହିତ ଜଡିତ, ବୋଲି CSA କାର୍ଯ୍ୟକାରୀ ସିଇଓ ଜ୍ୟାକ ଫଲ ଏକ ବିବୃତ୍ତିରେ କହିଛନ୍ତି।
ଜୁଲାଇ 18 ରେ ନେଲସନ ମାଣ୍ଡେଲା ଅନ୍ତର୍ଜାତୀୟ ଦିବସରେ କ୍ରିକେଟ ସାଉଥ ଆଫ୍ରିକା ବିଏଲଏମ ଅଭିଯାନ ମାଧ୍ୟମରେ ଜାତି-ବର୍ଣ୍ଣ ଭେଦ ବିରୋଧୀ ବାର୍ତ୍ତା ବିସ୍ତାର କରିବ ବୋଲି ସେ କହିଛନ୍ତି।
18 ଜୁଲାଇରେ ନେଲସନ ମାଣ୍ଡେଲା ଅନ୍ତର୍ଜାତୀୟ ଦିବସ ପାଳନ ଅବସରରେ, ସିଏସଏ ବିଏଲଏମ ଅଭିଯାନ ମାଧ୍ୟମରେ ଜାତି-ବର୍ଣ୍ଣ ଭେଦ ବିରୋଧୀ ବାର୍ତ୍ତା ବିସ୍ତାର କରିବ ଯେତେବେଳେ ଆମେ ସମସ୍ତ ପ୍ରକାର ହିଂସା ଏବଂ ବିଶେଷ ଭାବରେ ଲିଙ୍ଗ ଭିତ୍ତିକ ହିଂସା ଏବଂ ବିଭିନ୍ନ ପ୍ରକାରର ବିପର୍ଯ୍ୟୟ ବିରୁଦ୍ଧରେ କହିବୁ ଯାହା ଆମ ସମାଜ ଏବଂ ସଂଗଠନ ପାଇଁ ଗୁରୁତ୍ବପୂର୍ଣ୍ଣ ।
ଏହାପୂର୍ବରୁ ସିଏସଏ କ୍ରିକେଟ ନିର୍ଦ୍ଦେଶକ ଗ୍ରେମ୍ ସ୍ମିଥ୍ କହିଥିଲେ ଯେ ସେମାନେ ବ୍ଲାକ ଲାଇଭସ୍ ମ୍ୟାଟର ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ଆଲୋଚନା କରିବେ କିନ୍ତୁ 3TC ମ୍ୟାଚ ପାଇଁ ଜର୍ସିରେ ବିଏଲଏମ ଲୋଗୋ ରହିବା ସମ୍ଭବ ନୁହେଁ।