ହାଇଦ୍ରାବାଦ: କ୍ରିକେଟକୁ ଭଦ୍ର ଲୋକଙ୍କ ଖେଳ କୁହାଯାଏ । ତେବେ ଏହି ଖେଳ ଅଲମ୍ପିକ୍ସରେ ସାମିଲ ହୋଇପାରିନାହିଁ । ମାତ୍ର ନିକଟ ଭବିଷ୍ୟତରେ ଅଲମ୍ପିକ୍ସରେ ସାମିଲ ହୋଇପାରେ କ୍ରିକେଟ । ଏନେଇ ମିଳିଛି ସବୁଜ ସଂକେତ । 2028 ଅଲମ୍ପିକ୍ସରେ ପ୍ରଥମ କରି କ୍ରିକେଟକୁ ସ୍ଥାନ ମିଳିବା ନେଇ କହିଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା MCC ବିଶ୍ବ କ୍ରିକେଟ କମିଟିର ଚେୟାରମ୍ୟାନ ମାଇକ ଗେଟିଙ୍ଗ ।
ଅଲମ୍ପିକ୍ସରେ ସାମିଲ ହେବ କ୍ରିକେଟ ! - ମାଇକ ଗେଟିଙ୍ଗ
ଅଲମ୍ପିକ୍ସରେ ସାମିଲ ହୋଇପାରେ ଭଦ୍ର ଲୋକଙ୍କ ଖେଳ କ୍ରିକେଟ । 2028 ଅଲମ୍ପିକ୍ସରେ ପ୍ରଥମ କରି କ୍ରିକେଟକୁ ସ୍ଥାନ ମିଳିବା ନେଇ ଆଶା ରହିଛି, କହିଛନ୍ତି ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସହନେ।
ଆଇସିସିର ନୂଆ ମୁଖ୍ୟ କାର୍ଯ୍ୟକାରୀ ସଦସ୍ୟ ମନୁ ସହନେ MCC କ୍ରିକେଟ କମିଟିକୁ ସମ୍ବୋଧିତ କରି ଏହି ବିଷୟ ଆଗକୁ ବଢୁଥିବା କହିଛନ୍ତି । ଏହା ଉପରେ ଅଧିକ ବିଚାର କରାଯାଉଛି । 2028 ଅଲମ୍ପିକ୍ସରେ ଏହା ସଫଳ ହେବ ବୋଲି ଆଶା ରହିଛି, କହିଛନ୍ତି ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସହନେ।
ତେବେ ଅଲମ୍ପିକ୍ସରେ କ୍ରିକେଟ ସାମିଲ ହେଲେ ମ୍ୟାଚ ସୂଚୀ ନେଇ ସାମାନ୍ୟ ଅସୁବିଧା ହୋଇପାରେ । କାରଣ ସୁରକ୍ଷା ଦୃଷ୍ଟିରୁ ଅଲମ୍ପିକ୍ସ ଅଳ୍ପ ଦିନ ମଧ୍ୟରେ ଶେଷ କରିବାକୁ ପଡିଥାଏ । ତେବେ ଆସନ୍ତା 18 ମାସ ଏହି ବିଷୟ ନେଇ ଗୁରୁତ୍ବପୂର୍ଣ୍ଣ ରହିବ । ସବୁ ଦେଶର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ ଅଲମ୍ପିକ୍ସରେ ଖେଳିବା ନେଇ ଲକ୍ଷ୍ୟ ରହିଛି ।