ହାଇଦ୍ରାବାଦ: କୋଭିଡ 19 ପଜିଟିଭ ଚିହ୍ନଟ ହେବାପରେ ରବିବାର ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 73 ବର୍ଷ ବୟସ ହୋଇଥିଲା । ସେ ରବିବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲେର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଚେତନ ଚୌହାନ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରରେ ଦ୍ବିତୀୟ ମନ୍ତ୍ରୀ ଭାବେ କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି । ପୂର୍ବରୁ ଅଗଷ୍ଟ 2ରେ ୟୁପି ମନ୍ତ୍ରୀ କମଲ ରନି ବରୁଣ କୋରୋନା ଭାଇରସରେ ପ୍ରାଣ ହରାଇଥିଲେ ।
ଚେତନ ଚୌହାନଙ୍କ ମୃତ୍ୟୁରେ କ୍ରିକେଟ ଜଗତର ପୂର୍ବତନ କ୍ରିକେଟରଙ୍କ ସମେତ ବର୍ତ୍ତମାନର କ୍ରିକେଟର ଓ ପ୍ରଧାନମନ୍ତ୍ରୀ ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି ।