ଓଡିଶା

odisha

ମୋଟରାରେ ମ୍ୟାଚ ଦେଖିବାକୁ ଟିକେଟ କାଉଣ୍ଟରରେ ଭିଡ

By

Published : Feb 20, 2021, 9:51 PM IST

300 ଟଙ୍କାରୁ 1,000 ଟଙ୍କା ପର୍ଯ୍ୟନ୍ତ ଟିକେଟ କିଣୁଛନ୍ତି । ଦର୍ଶକଙ୍କ ସୁବିଧା ପାଇଁ 15ଟି ଟିକେଟ କାଉଣ୍ଟର କରାଯାଇଛି । ଅଧିକ ପଢନ୍ତୁ...

cricket fans rush to buy offline tickets for third Test match at Motera Stadium
ମୋଟରାରେ ମ୍ୟାଚ ଦେଖିବାକୁ ଟିକେଟ କାଉଣ୍ଟରରେ ଭିଡ

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ପାଇଁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଏଯାବତ ମ୍ୟାଚ ପାଇଁ ଏକ ଘରୋଇ ୱେବସାଇଟ ଓ ବିସିସିଆଇ ୱେବସାଇଟରେ ଅନଲାଇନ ମାଧ୍ୟମରେ ବିକ୍ରି କରାଯାଉଥିଲା । ତେବେ ଶନିବାର ଠାରୁ ଷ୍ଟାଡିୟମରେ କାଉଣ୍ଟର ଟିକେଟ ବିକ୍ରି ଆରମ୍ଭ ହୋଇଛି ।

ମୋଟରାରେ ମ୍ୟାଚ ଦେଖିବାକୁ ଟିକେଟ କାଉଣ୍ଟରରେ ଭିଡ

ଅହମ୍ମଦାବାଦର ସର୍ବବୃହତ ଷ୍ଟାଡିୟମରେ ଖେଳାଯିବାକୁ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ନେଇ ଅହମ୍ମଦାବାଦବାସୀ ବହୁତ ଉତ୍ସାହିତ ଅଛନ୍ତି । ଲୋକେ 300 ଟଙ୍କାରୁ 1,000 ଟଙ୍କା ପର୍ଯ୍ୟନ୍ତ ଟିକେଟ କିଣୁଛନ୍ତି । ଦର୍ଶକଙ୍କ ସୁବିଧା ପାଇଁ 15ଟି ଟିକେଟ କାଉଣ୍ଟର ମଧ୍ୟ କରାଯାଇଛି ।

ପ୍ରଶାସନ ଷ୍ଟାଡିୟମରେ 50 ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ପ୍ରଦାନ କରିଛି । ଷ୍ଟାଡିୟମରେ 25,000 ଗାଡି ପାର୍କି କ୍ଷମତା ରହିଛି । ତେବେ ମ୍ୟାଚ ଦିନ ଷ୍ଟାଡିୟମରେ ପ୍ରବେଶ ପୂର୍ବରୁ ପାର୍କିଂ ଟିକେଟର ବ୍ୟବସ୍ଥା ହୋଇଥିବା ଜଣାପଡିଛି ।

ଭାରତୀୟ ଚୟନକର୍ତ୍ତା 17 ସଦସ୍ୟ ବିଶିଷ୍ଟ ଭାରତୀୟ ସ୍କ୍ବାଡ ଘୋଷଣା କରିଛନ୍ତି । ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ରିଲିଜ କରାଯାଇଥିବାବେଳେ, ତାଙ୍କ ସ୍ଥାନରେ ଉମେଶ ଯାଦଙ୍କୁ ସ୍କ୍ବାଡରେ ସାମିଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details