ମୁମ୍ବାଇ: କୋରୋନା ଯୋଦ୍ଧାଙ୍କ ସହ କଥାହେଲେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । ଦେଶର ଏପରି କଠିନ ସମୟରେ ପ୍ରତ୍ୟେକ୍ଷ ଭାବେ ଲଢେଇ ଜାରି ରଖିଥିବା ସ୍ବାସ୍ଥ୍ୟ କର୍ମଚାରୀ ଓ ଜରୁରୀସେବା ପ୍ରଦାନକାରୀଙ୍କୁ ସାଲ୍ୟୁଟ କରିଛନ୍ତି ସଚିନ । ଏଥିସହିତ ମାତୃ ଦିବସରେ ଦେଶପ୍ରତି ସମସ୍ତଙ୍କ ସେବାକୁ ସଲାମ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।
କ୍ରିକେଟ କ୍ୟାରିୟରର ଶେଷ ମ୍ୟାଚରେ ନିଜ ମାଆ ମ୍ୟାଚ ଦେଖିଥିବାର ଦୃଶ୍ୟକୁ ମଧ୍ୟ ମନେପକାଇଛନ୍ତି ସଚିନ । ଫୋନ ଦ୍ବାରା ଏନ ଶ୍ରୀନିବାସନଙ୍କୁ ମୁମ୍ବାଇରେ ଶେଷ ମ୍ୟାଚ ଖେଳିବାକୁ ଅନୁରୋଧ କରିଥିଲେ ବୋଲି ମଧ୍ୟ ଖୁଲାସା କରିଛନ୍ତି ।