ଓଡିଶା

odisha

ETV Bharat / sports

କୋରୋନାରୁ ସୁସ୍ଥ ହେଲେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର - କୋରୋନାରୁ ସୁସ୍ଥ ସଚିନ ତେନ୍ଦୁଲକର

କୋରୋନାରୁ ସୁସ୍ଥ ହୋଇ ଗୁରୁବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । ଅଧିକ ପଢନ୍ତୁ...

COVID-19: Tendulkar discharged from hospital, to remain in isolation
କୋରୋନାରୁ ସୁସ୍ଥ ହେଲେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର

By

Published : Apr 8, 2021, 7:08 PM IST

Updated : Apr 8, 2021, 7:48 PM IST

ନୂଆଦିଲ୍ଲୀ: କୋରୋନାରୁ ସୁସ୍ଥ ହେଲେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । ଗୁରୁବାର ହସ୍ପିଟାଲରୁ ଡିସଚାର୍ଜ ହେବାସହ ତେନ୍ଦୁଲକର ଘରକୁ ଫେରିଛନ୍ତି । ତେବେ ସେ ଆଇସୋଲେସନରେ ରହିବେ ବୋଲି ଜଣାପଡିଛି । ହସ୍ପିଟାଲରୁ ଡିସଚାର୍ଜ ହେବାପରେ ସଚିନ ସମସ୍ତ ମେଡିକାଲ ଷ୍ଟାଫ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ହସ୍ପିଟାଲରୁ ଡିସଚାର୍ଜ ହେବାପରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର କହିଛନ୍ତି, "ବର୍ତ୍ତମାନ ମୁଁ ହସ୍ପିଟାଲରୁ ଡିସଚାର୍ଜ ହୋଇଛି। ତେବେ ଘରେ ଆଇସୋଲେସନରେ ରହି ମୁଁ କୋରୋନା ପାଇଁ ସମସ୍ତ ଚିକିତ୍ସା ସହ ନିୟମିତ ଯାଞ୍ଚ କରାଇବି। ସଭିଁଙ୍କ ଶୁଭକାମନା ପାଇଁ ଧନ୍ୟବାଦ।"

ଏହାପରେ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ସଚିନ। ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କ ସ୍ବାସ୍ଥ୍ୟର ଯତ୍ନ ନେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି । ମାର୍ଚ୍ଚ 27 ତାରିଖରେ ସଚିନ ତେନ୍ଦୁଲକର କୋରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଇଥିଲେ। ରୋଡ୍‌ ସେଫଟି ୱାର୍ଲ୍ଡ ସିରିଜ ଟୁର୍ଣ୍ଣାମେଣ୍ଟ ଖେଳି ଫେରିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କୋରୋନା ସଂକ୍ରମିତ ହୋଇଥିଲେ।

ପରେ ଏସ ବଦ୍ରିନାଥ, ୟୁସୁଫ ପଠାନ ଓ ଇରଫାନ ପଠାନ ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ। ଏହି ସମସ୍ତ ଖେଳାଳି ଇଣ୍ଡିଆ ଲିଜେଣ୍ଡସ ଦଳରେ ସାମିଲ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 8, 2021, 7:48 PM IST

ABOUT THE AUTHOR

...view details