ଓଡିଶା

odisha

ETV Bharat / sports

କୋରୋନା ସହାୟତା: 50 ଲକ୍ଷ ଟଙ୍କାର ଚାଉଳ ଦେବେ ଗାଙ୍ଗୁଲି

କୋରୋନା ଭାଇରସ ସଂକ୍ରମଣରୁ ସୁରକ୍ଷା ପାଇଁ ସରକାରୀ ବିଦ୍ୟାଳୟରେ ରହିଥିବା ଅସହାୟ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେବେ ସଭାପତି ତଥା ଭାରତର ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି । ଅଧିକ ପଢନ୍ତୁ...

covid-19-sourav-ganguly-to-provide-free-rice-to-the-needy
କୋରୋନା ସହାୟତା: 50 ଲକ୍ଷ ଟଙ୍କାର ଚାଉଳ ଦେବେ ଗାଙ୍ଗୁଲି

By

Published : Mar 25, 2020, 10:45 PM IST

କୋଲକତା: ବିସିସିଆଇ ବିଗ ବସଙ୍କ ବିଗ ହାର୍ଟ । କୋରୋନା ସହାୟତା ପାଇଁ ପଢାଇଲେ ହାତ । ଯୋଗାଇ ଦେବେ 50 ଲକ୍ଷ ମୁଲ୍ୟର ଚାଉଳ । କୋରୋନା ଭାଇରସ ସଂକ୍ରମଣରୁ ସୁରକ୍ଷା ପାଇଁ ସରକାରୀ ବିଦ୍ୟାଳୟରେ ରହିଥିବା ଅସହାୟ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେବେ ସଭାପତି ତଥା ଭାରତର ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ।

ସେହିପରି ବୁଧବାର କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ ଏବଂ ସଭାପତି ଅବିଷେକ୍ ଡାଲମିଆ ପଶ୍ଚିମବଙ୍ଗ ସରକାର ଜରୁରୀକାଳୀନ ସହାୟତା ପାଣ୍ଠିକୁ ଯଥାକ୍ରମେ 25 ଲକ୍ଷ ଏବଂ 5 ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦି ଦେଶ ଲକ୍‌ଡାଉନ ଘୋଷଣା କରିବା ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାର୍ଚ୍ଚ 31 ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଲକଡାଉନ୍ ଘୋଷଣା କରିଥିଲେ ।

ତେବେ ବର୍ତ୍ତମାନ ପଶ୍ଚିମବଙ୍ଗରେ 9ଜଣ ସଂନ୍ଧିଗ୍ଦଙ୍କ ମଧ୍ୟରୁ ଜଣେ ପଜେଟିବ ଚିହ୍ନଟ ହୋଇଛନ୍ତି । ଗାଙ୍ଗୁଲି ଲୋକଙ୍କୁ ସମ୍ବେଦନଶୀଳ ଏବଂ ଘର ଭିତରେ ରହିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ABOUT THE AUTHOR

...view details