କୋଲକାତା: ମହାମାରୀ କୋରୋନ ଭାଇରସ ସମୟରେ ବିସିସିଆଇ ସଭାପତି ତଥା ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଉଦାରତା ଦେଖାଇବା ସହ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତିି । ଦେଶରେ ଲାଗୁହୋଇଥିବା ଲକଡାଉନରେ ପ୍ରଭାବିତ ସାଧାରଣ ଲୋକଙ୍କୁ ଗାଙ୍ଗୁଲି 2000 କିଲୋଗ୍ରାମର ଚାଉଳ ବାଣ୍ଟିଛନ୍ତି । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
କୋରୋନା ଭାଇରସ: ବେଲୁର ମଠରେ 2000 କେଜି ଚାଉଳ ବାଣ୍ଟିଲେ ଗାଙ୍ଗୁଲି - Sourav Ganguly helps Belur Math
ମହାମାରୀ କୋରୋନ ଭାଇରସ ସମୟରେ ବିସିସିଆଇ ସଭାପତି ତଥା ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଉଦାରତା ଦେଖାଇବା ସହ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତିି । ଅଧିକ ପଢନ୍ତୁ...
କୋରୋନା ଭାଇରସ: ବେଲୁର ମଠରେ 2000 କିଗ୍ରା ଚାଉଳ ବାଣ୍ଟିଲେ ଗାଙ୍ଗୁଲି
ପୂର୍ବରୁ ମଧ୍ୟ 50 ଲକ୍ଷ ଟଙ୍କାର ଚାଉଳ ସରକାରୀ ବିଦ୍ୟାଳୟରେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ଦାନ କରିଥିଲେ ଦାଦା । ଗାଙ୍ଗୁଲି 25 ବର୍ଷ ପରେ ବେଲୁର ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଚାଉଳ ପ୍ରଦାନ କରିଛନ୍ତି ।
ବ୍ୟୁରୋ ରିପାର୍ଟ, ଇଟିଭି ଭାରତ