ଲାହୋର: ଇଂଲଣ୍ଡ ଗସ୍ତ କରିଛି ପାକିସ୍ତାନ ଟିମ । ତେବେ ଅନ୍ୟ 6 ପାକିସ୍ତାନୀ କ୍ରିକେଟରଙ୍କୁ ଇଂଲଣ୍ଡ ଗସ୍ତରେ ଯିବାପାଇଁ ଅନୁମତି ମିଳିଛି । ପୂର୍ବରୁ ଏହି ଖେଳାଳିଙ୍କ କୋଭିଡ-19 ଟେଷ୍ଟ ରିପୋର୍ଟ ପଜିଟିଭ ରହିଥିଲା ।
ରିପୋର୍ଟ ଆସିଲା ନେଗେଟିଭ, ଇଂଲଣ୍ଡ ଯାତ୍ରା କଲେ 6 ପାକିସ୍ତାନୀ କ୍ରିକେଟର - COVID-19
ରିପୋର୍ଟ ନେଗେଟିଭ ପରେ , ମହମ୍ମଦ ହାଫିଜଙ୍କ ସମେତ 6 ପାକିସ୍ତାନୀ କ୍ରିକେଟରଙ୍କୁ ଇଂଲଣ୍ଡ ଗସ୍ତରେ ଯିବାପାଇଁ ଅନୁମତି ମିଳିଛି । ପୂର୍ବରୁ ଏହି ଖେଳାଳିଙ୍କ କୋଭିଡ-19 ଟେଷ୍ଟ ରିପୋର୍ଟ ପଜିଟିଭ ରହିଥିଲା ।

କୋରୋନା ଭାଇରସ: 6 ପାକିସ୍ତାନୀ କ୍ରିକେଟରଙ୍କୁ ମିଳିଲା ଇଂଲଣ୍ଡ ଗସ୍ତ ଅନୁମତି
ତେବେ ରିପୋର୍ଟ ନେଗେଟିଭ ପରେ ମହମ୍ମଦ ହାଫିଜଙ୍କ ସମେତ 6ଜଣ କ୍ରିକେଟରଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଗ୍ରିନ ସିଗନାଲ ମିଳିଛି । ଏହି ମଧ୍ୟରେ ରହିଛନ୍ତି ଓପନର ବ୍ୟାଟ୍ସମ୍ୟାନ ଫଖର ଜମନ, ଅଲରାଉଣ୍ଡର ମହମ୍ମଦ ହାଫିଜ, ଲେଗସ୍ପିନର ସଦାବ ଖାନ, ୱିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ, ପେସ ବୋଲର ୱାହାବ ରିଆଜ ଓ ମହମ୍ମଦ ହସନେନ ।
ପାକିସ୍ତାନ ଟିମ ଆସନ୍ତା ମାସରେ ଇଂଲଣ୍ଡ ବିପକ୍ଷରେ 3ଟି ଟେଷ୍ଟ ଓ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳିବାର ସୂଚୀ ରହିଛି ।