ଓଡିଶା

odisha

By

Published : Mar 26, 2020, 8:36 PM IST

ETV Bharat / sports

କୋରୋନା ଲଢେଇ: ଆର୍ଥିକ ସହାୟତା କରିବାକୁ ଦେଶବାସୀଙ୍କୁ ଧଓ୍ବନଙ୍କ ନିବେଦନ

ଭାରତୀୟ କ୍ରିକେଟ ଟିମ୍‌ର ଓପନର ଶିଖର ଧଓ୍ବନ କୋରାନା ଭାଇରସକୁ ନେଇ ସାରା ଭାରତୀୟଙ୍କୁ ଘରେ ରହି ସରକାରଙ୍କ ନିର୍ଦ୍ଦେଶ ମାନିବାକୁ କହିଛନ୍ତି । ଏଥିସହ ଆର୍ଥିକ ସହୟତା କରି ନିଜ ମାନବିକତାର ପରିଚୟ ଦେବା ଦରକାର ।

covid-19-shikhar-dhawan-urges-citizens-to-donate-to-fund
କୋରୋନା ଲଢେଇ: ଆର୍ଥିକ ସହୟତା କରିବାକୁ ଧଓ୍ବନ କଲେ ଭାରତବାସୀଙ୍କୁ ନିବେଦନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଓପନର ଶିଖର ଧଓ୍ବନ କୋରାନା ଭାଇରସକୁ ହରାଇବାକୁ ହେଲେ ଘରେ ରହିବାକୁ ପଡିବ ବୋଲି କହିଛନ୍ତି । ସାରା ଭାରତୀୟଙ୍କୁ ଘରେ ରହି ସରକାରଙ୍କ ସହଯୋଗ କରିବାକୁ କହିଛନ୍ତି । ଏଥିସହ ଧଓ୍ବନ ନିବେଦନ କରି କହିଛନ୍ତି, ସମସ୍ତ ଭାରତୀୟ ଆଗକୁ ଆସି ଦାନ କରି ସାହାଯ୍ୟ କରିବା ଉଚିତ୍‌ । ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ରିଲିଫ ଫଣ୍ଡକୁ କିମ୍ବା ରାଜ୍ୟ ସରକାରଙ୍କ ଫଣ୍ଡକୁ ଦାନ କରିବା ଉଚିତ୍‌ ।

ଧଓ୍ବନ ନିଜର ଟ୍ବିଟରରେ 59ସେକେଣ୍ଡର ଏକ ଭିଡିଓ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ମତେ ବିଶ୍ବାସ ଅଛି କି ଘରେ ସମସ୍ତ ରହୁଛ ଓ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରୁଛ । ମୁଁ ନିବେଦନ କରୁଛୁ କି, ସମସ୍ତେ ଆଗକୁ ଆସି ସରକାରଙ୍କ ରିଲିଫ ଫଣ୍ଡକୁ ଦାନ କର । ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଅଛି ଓ ସମସ୍ତ ରାଜ୍ୟରେ ନିଜର ଫଣ୍ଡ ରହିଛି । ମତେ ଲାଗୁଛି ଏହି ସମୟରେ ସମସ୍ତେ ମିଶି କାମ କରିବା ଉଚିତ୍‌ । ଯାହାର ଯେତେ ସମର୍ଥ ସେତିକି ଯୋଗଦାନ କରିବା ଉଚିତ୍‌ । କାରଣ ମାନବିକତା ହିସାବରେ ନିଜ ଦେଶକୁ ବଞ୍ଚେଇ ପାରିବା ।

ସୂଚନାଥାଉକି ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 650 ଉପରକୁ ଟପିଲାଣି । ମୃତକଙ୍କ ସଂଖ୍ୟା 13ରେ ପହଞ୍ଚିଛି ।

ABOUT THE AUTHOR

...view details