ଓଡିଶା

odisha

କୋରୋନା ସତର୍କତା: ହିନ୍ଦୀରେ ସଚେତନତାର ବାର୍ତ୍ତା ଦେଲେ ଇଂଲଣ୍ଡ କ୍ରିକେଟର୍‌

ଭାରତୀୟ ନାଗରିକମାନଙ୍କୁ କରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ସରକାର ଦେଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି ଇଂଲଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ କେଭିନ ପିଟରସନ ।

By

Published : Mar 20, 2020, 8:38 PM IST

Published : Mar 20, 2020, 8:38 PM IST

Updated : Mar 21, 2020, 1:06 AM IST

covid-19-pietersen-uses-hindi-to-spread-awareness-among-indians
କୋରୋନା ସତର୍କତା: ହିନ୍ଦୀରେ ସଚେତନତାର ବାର୍ତ୍ତା ଦେଲେ ଇଂଲଣ୍ଡ କ୍ରିକେଟର୍‌

ହାଇଦ୍ରାବାଦ: ଇଂଲଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ କେଭିନ ପିଟରସନ ହିନ୍ଦୀ କହି ଭାରତୀୟଙ୍କୁ କୋରୋନା ଭାଇରସ ସଚେତନତା ବାର୍ତ୍ତା ଦେଇଛନ୍ତି । ଏହି ବିଶେଷ ବାର୍ତ୍ତାରେ ସେ ଭାରତୀୟ ନାଗରିକମାନଙ୍କୁ କରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ସରକାର ଦେଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି।

ଟ୍ବିଟ କରି ପିଟରସନଙ୍କ ଲେଖିଛନ୍ତି, ‘‘ନମସ୍ତେ ଇଣ୍ଡିଆ, ହମ ସବ କରୋନା ଭାଇରସ କୋ ହରାନେ ମେଁ ଏକ ସାଥ ହେ ।’’ ଅର୍ଥାତ୍‌ କୋରୋନା ଭାଇରସକୁ ହରାଇବା ପାଇଁ ଆମେ ସମସ୍ତ ଏକଜୁଟ୍‌ ହେବା ଆବଶ୍ୟକ । ସେ ଆହୁରି ଲେଖିଛନ୍ତି, ‘‘ ଆମେ ସମସ୍ତେ ଆମ ସରକରାଙ୍କ ନିର୍ଦ୍ଦେଶ ମାନିବା ଉଚିତ୍‌ ଏବଂ ଘରେ କିଛି ଦିନ ରହିବା ଉଚିତ୍‌ । ଏ ସମୟ ସଜାଗ ରହିବା ପାଇଁ । ଆପଣ ସମସ୍ତଙ୍କୁ ବହୁତ ସାର ଭଲ ପାଇବା ।’’

ତେବେ ପିଟରସନ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କୁ ଭାରତୀୟ କ୍ରିକେଟର ଶ୍ରୀଭଟ୍ଟ ଗୋସ୍ବାମୀ ହିନ୍ଦୀରେ ବାର୍ତ୍ତା ଦେବାରେ ସାହାଯ୍ୟ କରିଛନ୍ତି । ସୂଚନାଥାଉ କି, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଫ୍ରାଞ୍ଚାଇଜ୍‌ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ସ ସହ ଖେଳି ସାରିଛନ୍ତି ଗୋସ୍ବାମୀ । କରୋନା ଭାଇରସ୍ ମହାମାରୀ ହେତୁ ସାରା ବିଶ୍ବରେ ପ୍ରାୟ 10,000 ଲୋକ ପ୍ରାଣ ହରାଇଥିବା ବେଳେ ଭାରତରେ 4 ଜଣଙ୍କର ମୃତ୍ୟୁ ହୋଇଛି |

Last Updated : Mar 21, 2020, 1:06 AM IST

ABOUT THE AUTHOR

...view details