ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଇର୍ଫାନ ପଠାନ ଏବଂ ତାଙ୍କ ଭାଇ ୟୁସୁଫ ପଠାନ ଦେଶରେ କୋରୋନା ଭାଇରସର ସଚେତନତା ପାଇଁ 4000 ରୁ ଅଧିକ ମାସ୍କ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
କୋରୋନା ସଚେତନତା: 4ହଜାର ମାସ୍କ ବଣ୍ଟନ କରିବେ ପଠାନ ବ୍ରଦର୍ସ
ପୂର୍ବତନ କ୍ରିକେଟର ଇର୍ଫାନ ପଠାନ ଏବଂ ତାଙ୍କ ଭାଇ ୟୁସୁଫ ପଠାନ ଦେଶରେ କୋରୋନା ଭାଇରସର ସଚେତନତା ପାଇଁ 4000 ରୁ ଅଧିକ ମାସ୍କ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଟ୍ବିଟରରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଇର୍ଫାନ୍ କହିଛନ୍ତି:‘‘ସମାଜ ପାଇଁ ଆମର କିଛି କରିବା ଦରକାର । ଆପଣମାନେ ଯାହା କରିପାରିବେ ତାହା ଦୟାକରି କରନ୍ତୁ । କୋରୋନା ମୁକାବିଲା ପାଇଁ ପରସ୍ପରକୁ ସାହାଯ୍ୟ କରନ୍ତୁ। କିନ୍ତୁ ଭିଡ଼ ଜମା କରନ୍ତୁ ନାହିଁ । ଏହା ଏକ ଛୋଟ ଆରମ୍ଭ । ଆଶା କରୁଛି ଯେ ଆମେ ଅଧିକ ସାହାଯ୍ୟ କରିବୁ ।’’
ପୂର୍ବତନ ଅଲରାଉଣ୍ଡରଙ୍କ ପିତାଙ୍କ ଦ୍ବାରା ପରିଚାଳିତ ‘‘ମେହମୁଦ ଖାନ ପଠାନ ଚାରିଟେବୁଲ ଟ୍ରଷ୍ଟ’’ ମଧ୍ୟମରେ ମାସ୍କଗୁଡ଼ିକ ବଣ୍ଟନ କରିବାକୁ ଯୋଜନା ରଖିଛନ୍ତି । ଭଦୋଦରା ସ୍ୱାସ୍ଥ୍ୟ ବିଭାଗକୁ ଏହାକୁ ହସ୍ତାନ୍ତର କରିବାକୁ ସେମାନେ ଯୋଜନା ରଖିଛନ୍ତି ।