ଓଡିଶା

odisha

କୋରୋନା ପ୍ରଭାବ: ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଦରମା କାଟ !

By

Published : Apr 19, 2020, 1:33 PM IST

ମହାମାରୀ କୋରୋନା ଭାଇରସ ଯୋଗୁଁ କ୍ରିକେଟ ଅଷ୍ଟ୍ରେଲିଆରେ ଆର୍ଥିକ ସଙ୍କଟ ଦେଖାଦେଇଛି । କର୍ମଚାରୀଙ୍କ ପରେ ଖେଳାଳିଙ୍କ ଦରମା କାଟ ନେଇ ବୋର୍ଡ ଚିନ୍ତା କରୁଥିବା କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ମାର୍କ ଟେଲର ।

Covid-19 pandemic: Mark Taylor feels Australian 'players will be next' to take pay cuts after CA staff
କୋରୋନା ପ୍ରଭାବ: ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଦରମା କାଟ !

ସିଡନି: ମହାମାରୀ କୋରୋନା ଭାଇରସ ଯୋଗୁଁ କ୍ରିକେଟ ସମେତ ସମସ୍ତ କ୍ରୀଡା ଜଗତ ପ୍ରଭାବିତ ହୋଇଛି । କ୍ରିକେଟ ସିରଜ ସବୁ ବନ୍ଦ ରହିବା ଯୋଗୁଁ କ୍ରିକେଟ ବୋର୍ଡ ଗୁଡିକ ଆର୍ଥିକ କ୍ଷତି ସହିବାର ଆଶଙ୍କା କରାଯାଉଥିଲା ।

ଏହି କ୍ରମରେ କ୍ରିକେଟ ଅଷ୍ଟ୍ରେଲିଆ ଆର୍ଥିକ ସଙ୍କଟ ଦେଖାଦେଇଛି । ବୋର୍ଡ ପକ୍ଷରୁ ପ୍ରାୟ 80 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ ସହ, ଅବଶିଷ୍ଟ କର୍ମଚାରୀଙ୍କୁ 20 ପ୍ରତିଶତ ଦରମା ଦେବାକୁ ପୂର୍ବରୁ ନିଷ୍ପତି ହୋଇଥିଲା ।

ତେବେ କର୍ମଚାରୀଙ୍କ ପରେ ଖେଳାଳିଙ୍କ ଦରମା କାଟ ନେଇ ବୋର୍ଡ ଚିନ୍ତା କରୁଥିବା କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ମାର୍କ ଟେଲର । ଅଗଷ୍ଟ ଶେଷରେ ବୋର୍ଡ ପରିଚାଳନାରେ ଅର୍ଥ ସଙ୍କଟ ବାଧକ ସାଜିବା ନେଇ କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିବାହୀ କେଭିନ ରୋବର୍ଟ୍ସ କହିଛନ୍ତି ।

ABOUT THE AUTHOR

...view details