ଖ୍ରୀଷ୍ଟଚର୍ଚ୍ଚ: ଅନିଶ୍ଚିତତାରେ ନ୍ୟୁଜିଲାଣ୍ଡ ପୁରୁଷ ଓ ମହିଳା କ୍ରିକେଟ ଟିମର ଆଗାମୀ ସିରିଜ । ଏମିତି କିଛି ଆଶଙ୍କା କହିଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିବାହୀ ଡେଭିଡ ହ୍ବାଇଟ ।
ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ 4 ସପ୍ତାହ ସଂପୂର୍ଣ୍ଣ ନ୍ୟୁଜିଲାଣ୍ଡ ଲକଡାଉନରେ ରହିଛି । ଦେଶର ସମସ୍ତ ପ୍ରକାର କ୍ରୀଡା ଇଭେଣ୍ଟ ସ୍ଥଗିତ ରହିଛି । ଅଷ୍ଟ୍ରେଲିଆ ଗସ୍ତରୁ 3 ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚପରେ, ଗସ୍ତ ଅଧାରୁ ନ୍ୟୁଜିଲାଣ୍ଡ ଫେରିଯାଇଥିଲା କେନ ୱିଲିୟମସନଙ୍କ ଦଳ ।