ଓଡିଶା

odisha

ETV Bharat / sports

କୋରୋନା ମୁକାବିଲା: କର୍ଣ୍ଣାଟକ କ୍ରିକେଟ ଆସୋସିଏସନର 1କୋଟି ସହାୟତା ରାଶି - କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ସହାୟତା ରାଶି

ମହାମାରୀ କୋରୋନା ଭାଇରସ(COVID-19) ମୁକାବିଲା ପାଇଁ କର୍ଣ୍ଣାଟକ କ୍ରିକେଟ ଆସୋସିଏସନ(KSCA) ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 50 ଲକ୍ଷ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 50 ଲକ୍ଷ, ମୋଟ ଏକ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଅଧକ ପଢନ୍ତୁ...

COVID-19
କୋରୋନା ମୁକାବିଲା: କର୍ଣ୍ଣାଟକ କ୍ରିକେଟ ଆସୋସିଏସନର 1କୋଟି ସହାୟତା ରାଶି

By

Published : Mar 29, 2020, 8:29 PM IST

ବେଙ୍ଗାଲୁରୁ: ମହାମାରୀ କୋରୋନା ମୁକାବିଲା ପାଇଁ ବଢୁଛି ସହାୟତାର ହାତ । ଦେଶର ଏପରି କଠିନ ସମୟରେ ବିଭିନ୍ନ ସଂଗଠନ, ଉଦ୍ୟୋଗପତି, ରାଜନେତା, କ୍ରୀଡାବିତ, କଳାକାର ଓ ସମାଜସେବୀ ସହାୟତା ରାଶି ପ୍ରଦାନ କରୁଛନ୍ତି ।

ଏହି କ୍ରମରେ ଯୋଡି ହୋଇଛି କର୍ଣ୍ଣାଟକ କ୍ରିକେଟ ଆସୋସିଏସନ(KSCA)। କରୋନା ଭାଇରସ(COVID-19)ମୁକାବିଲା ପାଇଁ କର୍ଣ୍ଣାଟକ କ୍ରିକେଟ ଆସୋସିଏସନ, ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 50 ଲକ୍ଷ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 50 ଲକ୍ଷ ପ୍ରଦାନ କରିଛନ୍ତି । ଏହି ରାଶି ଦେଶବାସୀଙ୍କ ହିତରେ ମହାମାରୀ କୋରୋନା ମୁକାବିଲା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପାଇଁ ସହାୟକ ହେବ ବୋଲି କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ସଭାପତି ରୋଜର ବିନ୍ନି କହିଛନ୍ତି ।

ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନୀ ଅନୁଯାୟୀ ଭାରତରେ ଏଯାବତ 979 କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ, 25 ଜଣଙ୍କର ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details