କଲମ୍ବୋ: ଜୁଲାଇରେ ହେବାକୁ ଥିବା ବାଂଲାଦେଶର ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ ରଖାଯାଇଛି । ଶ୍ରୀଲଙ୍କା କ୍ରିକେଟ୍ (ଏସଏଲସି) ବୁଧବାର ଏହି ସୂଚନା ଦେଇଛି । ବୋର୍ଡ କହିଛି ଯେ, ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ଖେଳାଳିମାନେ ଅନ୍ତର୍ଜାତୀୟ ସିରିଜରେ ଭାଗ ନେବାକୁ ପ୍ରସ୍ତୁତ ନୁହଁନ୍ତି ।
କୋରୋନା ପ୍ରକୋପ: ବାଂଲାଦେଶର ଶ୍ରୀଲଙ୍କା ଗସ୍ତ ସ୍ଥଗିତ - ଶ୍ରୀଲଙ୍କା କ୍ରିକେଟ୍
ଜୁଲାଇରେ ହେବାକୁ ଥିବା ବାଂଲାଦେଶର ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ ରଖାଯାଇଛି । ଶ୍ରୀଲଙ୍କା କ୍ରିକେଟ୍ (ଏସଏଲସି) ବୁଧବାର ଏହି ସୂଚନା ଦେଇଛି ।
ତେବେ ଏହି ନିଷ୍ପତି ଦୁଇ ଦଳର ସହମତି କ୍ରମେ ସ୍ଥିର ହୋଇଛି । ବର୍ତ୍ତମାନର ପାରି ପାଶ୍ବିକ ପରିସ୍ଥିତିକୁ ନଜରେ ରଖି ଅନ୍ତର୍ଜାତୀୟ ସିରିଜ ଖେଳିବା ସମ୍ଭବ ପର ନୂହେଁ ବୋଲି ଦୁଇ ବୋର୍ଡ ପ୍ରକାଶ କରିଛନ୍ତି । ତେଣୁ ଦୁଇ ବୋର୍ଡ ସହମତ କ୍ରମେ ଜୁଲାଇ 2020 ମଧ୍ୟରେ ହେବାକୁ ଥିବା ବାଂଲାଦେଶ ଜାତୀୟ ଦଳର ଶ୍ରୀଲଙ୍କା ଗସ୍ତ ପରବର୍ତ୍ତୀ ଯୋଜନା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।
ତେବେ ଏନେଇ ଆଇସିସି ମଧ୍ୟ ଟ୍ବିଟ କରି ସୂଚନା ଦେଇଛି । ଆସନ୍ତା ମାସରେ ହେବାକୁ ଥିବା ବାଂଲାଦେଶର ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ ରଖାଯାଇଛି ବୋଲି ସେ ଟ୍ବିଟରେ ଆଇସିସି କହିଛି । ତେବେ ଜୁଲାଇ ଏବଂ ଅଗଷ୍ଟ ମାସରେ 3ଟି ଟେଷ୍ଟ ମ୍ୟାଚ ଖେଳାଯିବାର ଯୋଜନା ଥିଲା । ସୂଚନାଥାଉ କି, ଏହା ପୂର୍ବରୁ ଅଗଷ୍ଟ-ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ବାଂଲାଦେଶର ଟେଷ୍ଟ ସିରିଜକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା ।